spot_img

Latest Posts

ଭିଜିଲାନ୍ସ ଜାଲରେ କେରେଡାଗଡ଼ ସର୍କଲ ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା

ନନ୍ଦିଘୋଷ ବ୍ୟୁରୋ : ଭିଜିଲାନ୍ସ ଜାଲରେ କେରେଡାଗଡ଼ ସର୍କଲ ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା l ରାଜନଗର ତହସିଲ ନିକଟରେ ଏକ ପଟାକୁ ସଂଶୋଧନ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା କଟକ ଭିଜିଲାନ୍ସ ଟିମ l ଦୀର୍ଘ ସମୟ ଧରି ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକକୁ ଭିଜିଲାନ୍ସ ଟିମ ଅନୁସରଣ କରିଥିଲା l ଅଭିଯୋଗକାରୀ ଟଙ୍କା ଦେବା ପରେ ନିରୀକ୍ଷକ ଟଙ୍କା ନେଇ ତହସିଲ ଅଫିସକୁ ଯିବା ବେଳେ ତହସିଲ ଆଗରୁ ଭିଜିଲାନ୍ସ ଟିମ ଧରି ଅଧିକ ପଚରା ଉଚରା ପାଇଁ କେନ୍ଦ୍ରାପଡ଼ା ଭିଜିଲାନ୍ସ ଅଫିସକୁ ନେଇଛି ।

Latest Posts

Don't Miss