spot_img

Latest Posts

CAA ବିରୋଧରେ କେରଳ ବିଧାନସଭାରେ ପାରିତ ପ୍ରସ୍ତାବ ଅଣସାମ୍ବିଧାନିକ: ରାଜ୍ୟପାଳ

କେରଳ: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ କେରଳ ବିଧାନସଭାରେ ପାରିତ ହୋଇଥିବା ପ୍ରସ୍ତାବ ଅଣସାମ୍ବିଧାନିକ ବୋଲି ରାଜ୍ୟପାଳ ଆରିଫ୍‌ ମହମ୍ମଦ୍‌ ଖାଁ କହିଛନ୍ତି। ଏହି ପ୍ରସ୍ତାବର କୌଣସି ବୈଧତା ନାହିଁ ବୋଲି ସେ କହିଛନ୍ତି। ନାଗରିକତା କେନ୍ଦ୍ର ଅଧିନସ୍ଥ ଏକ ବିଷୟ। ତେଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବା ଅନୁଚିତ ବୋଲି ସେ ମତ ଦେଇଛନ୍ତି ।

ସିଏଏ ବିରୋଧରେ କେରଳ ବିଧାନସଭାରେ ପ୍ରସ୍ତାବ ଗୃହୀତ ହେବାର ଗୋଟିଏ ଦିନ ପରେ କେନ୍ଦ୍ର ସରକାର ଏହାର ବିରୋଧ କରିଛନ୍ତି। ଏ ବାବଦରେ କେରଳ ସରକାର ବୁଝି ବିଚାରି ପଦକ୍ଷେପ ନେବାକୁ ଏବଂ ଆଇନ ବିଶେଷଜ୍ଞଙ୍କ ସହ ପରମର୍ଶ କରିବାକୁ ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।

ଦେଶର ଆଇନ ତିଆରି କରିବା କାମ ସଂସଦର, ଏଥିରେ ରାଜ୍ୟମାନେ କେବଳ ସହଯୋଗ କରିପାରିବେ ବୋଲି ରବିଶଙ୍କର କହିଛନ୍ତି । ସଂସଦରେ ଗୃହୀତ ହୋଇଥିବା ଆଇନକୁ ରାଜ୍ୟ ସରକାରମାନେ ଲାଗୁ କରିବାକୁ ହେବ ଏବଂ ଏ ଦିଗରେ କୌଣସି ବାଧା ସୃଷ୍ଟି କଲେ ଏହା ସମ୍ବିଧାନ ବିରୋଧୀ ହେବ ବୋଲି ରବିଶଙ୍କର ସ୍ପଷ୍ଟ କରିଦେଇଛନ୍ତି। ଗତକାଲି କେରଳ ବିଧାନସଭାରେ ସିଏଏକୁ ପ୍ରତ୍ୟାହାର କରିବା ପାଇଁ ପ୍ରସ୍ତାବ ଗୃହୀତ ହେବା କେବଳ ରାଜନୈତିକ ବିରୋଧର ଏକ ପ୍ରକ୍ରିୟା ବୋଲି ମତଦେଇ ରବିଶଙ୍କର କହିଛନ୍ତି ଯେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ଉପଯୁକ୍ତ ଆଇନ ପରାମର୍ଶ ନେଇ କାମ କରିବା ଉଚିତ ହେବ ।

Latest Posts

Don't Miss