୧୨ ଘଣ୍ଟାରେ ୨ ନେତାଙ୍କୁ ହତ୍ୟା ନେଇ ଅଶାନ୍ତ କେରଳ, ଅଲାପୁଜ୍ଜାରେ ୧୪୪ ଧାରା

Kerala BJP OBC Morcha SDPI Leader Killed Alappuzha

ଥିରୁବନନ୍ତପୁରମ୍: କେରଳରେ ୧୨ ଘଣ୍ଟା ମଧ୍ୟରେ ଦୁଇ ଦୁଇ ଜଣ ନେତାଙ୍କୁ ହତ୍ୟା କରାଯାଇଛି । ଯାହାକୁ ନେଇ ଅଲାପୁଜ୍ଜା ଜିଲ୍ଲାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ହତ୍ୟାକାଣ୍ଡକୁ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ନିନ୍ଦା କରିଥିବା ବେଳେ ଅଲାପୁଜ୍ଜାରେ ୧୪୪ ଧାରା ଲାଗୁ କରାଯାଇଛି ।

ରବିବାର ସକାଳେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି । ମୃତକ ବିଜେପି ନେତା ରଞ୍ଜିତ ଶ୍ରୀନିବାସ ବୋଲି ଜଣାପଡ଼ିଛି । ସେ ବିଜେପି ଓବିସି ମୋର୍ଚ୍ଚାର ସଚିବ ଥିଲେ । ସୂଚନା ଅନୁସାରେ ସକାଳେ କିଛି ଲୋକ ଶ୍ରୀନିବାସଙ୍କ ଘର ଭିତରେ ପଶି ତାଙ୍କୁ ହତ୍ୟା କରିଛନ୍ତି ।

ଏହା ପୂର୍ବରୁ ଶନିବାର ବିଳମ୍ବିତ ରାତିରେ ସୋଶିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆର ନେତା କେଏସ୍ ଶାନଙ୍କୁ ହତ୍ୟା କରାଯାଇଥିଲା । ଯାହାକୁ ନେଇ ଆରଏସ୍ଏସକୁ ଦାୟୀ କରିଥିଲା ଏସଡିପିଆଇ । କେଏନ୍ ଶାନଙ୍କ ହତ୍ୟା ପ୍ରତିଶୋଧରେ ବିଜେପି ନେତାଙ୍କୁ ହତ୍ୟା କରାଯାଉଥିବା ଚର୍ଚ୍ଚା ହେଉଛି ।

Kerala BJP OBC Morcha SDPI Leader Killed Alappuzha

୧୨ ଘଣ୍ଟା ମଧ୍ୟରେ ୨ ନେତାଙ୍କୁ ହତ୍ୟା ପରେ ଅଲାପୁଜ୍ଜାରେ ଦୁଇ ଦିନ ପାଇଁ ୧୪୪ ଧାରା ଲାଗୁ କରିଛନ୍ତି ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଦୁଇ ନେତାଙ୍କ ହତ୍ୟାକୁ ନିନ୍ଦା କରିଛନ୍ତି । କହିଛନ୍ତି, ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ ।

ଶନିବାର ସୋଶିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆର ସଚିବ କେଏସ୍ ଶାନଙ୍କୁ ଗୁରୁତର ଅବସ୍ଥାରେ ଅଲାପୁଜ୍ଜା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କୋଚ୍ଚି ସ୍ଥାନାନ୍ତରଣ ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । କେଏସ୍ ଶାନ ଘରକୁ ବାଇକରେ ଫେରୁଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ବାଇକରୁ ଛିଟକି ପଡ଼ିବା ପରେ କାରରେ ଥିବା ଦୁର୍ବୃତ୍ତ କେଏସ୍ ଶାନଙ୍କୁ ହତ୍ୟା କରିଥିଲେ । ତାଙ୍କ ଶରୀରରେ ପ୍ରାୟ ୪୦ଟି କ୍ଷତଚିହ୍ନ ଥିଲା ।

Leave a Reply