ଏହି ରାଜ୍ୟରେ କୋଭିଡ୍ ମୃତକଙ୍କ ଶବକୁ ଘରକୁ ନେଇ ପାରିବେ ସମ୍ପର୍କୀୟ

Kerala Changes Covid Funeral Protocol, Allows Bodies To Be Taken Home

ଥିରୁଅନନ୍ତପୁରମ୍: କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଶବକୁ ଏଣିକି ପରିବାର ନିକଟକୁ ନିଆଯିବ । ପରିବାର ଶେଷ ଦର୍ଶନ କରିବା ପରେ ଶବର ଶେଷକୃତ୍ୟ କରାଯିବ । ଏହି ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ରାଜ୍ୟରେ କୋଭିଡ ସଂକଟ ଲାଗି ରହିଥିବା ସତ୍ତ୍ୱେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନୂଆ ନିଷ୍ପତ୍ତି ଯୋଗୁ ପରିବାର ସଦସ୍ୟ ମୃତବ୍ୟକ୍ତିଙ୍କ ଶେଷ ଦର୍ଶନ କରିବା ସହ ରୀତିନୀତି ସମ୍ପନ୍ନ କରିପାରିବେ । ମହାମାରୀ ପ୍ରୋଟକଲ ଅନୁସାରେ କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଶବକୁ ପରିବାର ନିକଟକୁ ନେବା ଲାଗି ଅନୁମତି ନଥିଲା ।

Kerala Changes Covid Funeral Protocol, Allows Bodies To Be Taken Home

କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଧିକ ରହିଛି । ସେପଟେ ରାଜ୍ୟ ସରକାର ମୃତକଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ କରିଛନ୍ତି । ଏକ ସମୀକ୍ଷା ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ପିନାରୟ ବିଜୟନ କହିଛନ୍ତି, କୋଭିଡ ସଂକଟ କାଳରେ ମୃତକଙ୍କ ଶେଷ ଦର୍ଶନ କରିପାରୁ ନଥିଲେ ପରିବାର ଲୋକ । ନୂଆ ନିୟମ ଅନୁସାରେ ମୃତକଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ଲାଗି ସେମାନଙ୍କ ପରିବାର ନିକଟକୁ ନିଆଯିବ । ପରିବାର ସଦସ୍ୟ ଶେଷ ଦର୍ଶନ କରିବା ସହ ସେମାନଙ୍କ ରୀତିନୀତି ସାରିବା ପରେ ଶବକୁ ଶେଷକୃତ୍ୟ ଲାଗି ନିଆଯିବ । ଏଥିଲାଗି ସର୍ବାଧିକ ଏକ ଘଣ୍ଟା ସମୟ ଦିଆଯିବ ।

Leave a Reply