spot_img

Latest Posts

କରୋନା: କେରଳ ଜେଲରେ ଥିବା କଏଦୀ ପ୍ରସ୍ତୁତ କଲେ ୬୦୦୦ ମାସ୍କ

ବାଙ୍ଗାଲୁରୁ: ମହାମାରୀ covid-19ର ମୁକାବିଲା ପାଇଁ ମାସ୍କର ନିୟଣ୍ଟକୁ ଆଖି ଆଗରେ ରଖି କେରଳ ପ୍ରଶାସନ, ବିୟୁର ଏବଂ କନ୍ନୁର କେନ୍ଦ୍ରୀୟ ଜେଲରେ କଏଦୀ ମାନଙ୍କ ସାହାଯ୍ୟ ମାଗିଛନ୍ତି ।

ଜେଲ୍ ଅନ୍ତେବାସୀଙ୍କ ଦ୍ୱାରା ଉତ୍ପାଦିତ ୧୦୦୦ ମାସ୍କର ପ୍ରଥମ ବ୍ୟାଚ୍ ଶନିବାର ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଅନ୍ୟ ୫୦୦୦ ମାସ୍କ ରବିବାର ସୁଦ୍ଧା ପ୍ରସ୍ତୁତ ହେବାର ଆଶା କରାଯାଉଛି ।

କେରଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ ଥିପ୍ରିଣ୍ଟକୁ କହିଛନ୍ତି ଯେ “ଶନିବାର ସ୍ୱାସ୍ଥ୍ୟ ବିଭାଗକୁ ଏକ ହଜାର ମାସ୍କ ହସ୍ତାନ୍ତର କରାଯାଇଛି ଏବଂ ରବିବାର ଦିନ ଆଉ ୫୦୦୦ ମାସ୍କ ଉପଲବ୍ଧ ହେବ।

ତିନୋଟି ଜେଲର ଟେଲରିଂ ୟୁନିଟ୍ ଦ୍ୱାରା ନିର୍ମିତ, ଦୁଇ ସ୍ତରୀୟ କଟନ କପଡ଼ା ଦ୍ୱାରା ନିର୍ମିତ ମାସ୍କକୁ ଆପଣ ପାଣିରେ ଧୋଇବା ସହ ଏହାକୁ ପୁନଃବ୍ୟବହାରଯୋଗ୍ୟ କରାଯାଇପାରିବ । ମାସ୍କ ଗୁଡ଼ିକର ମୂଲ୍ୟ ୧୫-୨୦ ଟଙ୍କା ରହିଛି ।

ଜେଲର ଅନ୍ତେବାସୀଙ୍କ ଦ୍ୱାରା ପ୍ରସ୍ତୁତ ନୀଳ ମାସ୍କର ଚିତ୍ର ସେୟାର କରି କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଟ୍ୱିଟରରେ ଲେଖିଛନ୍ତି: “ମାସ୍କ ଅଭାବର ସମାଧାନ ହୋଇଛି”। ସେ ଆହୁରି ମଧ୍ୟ କହିଛନ୍ତି ଯେ “ଯୁଦ୍ଧ ଭିତ୍ତିରେ ମାସ୍କ ଉତ୍ପାଦନ ଆରମ୍ଭ ହୋଇଛି”।

Latest Posts

Don't Miss