spot_img

Latest Posts

କେରଳରେ ବିପର୍ଯ୍ୟୟ ସୃଷ୍ଟି କରିଛି ବର୍ଷା: ୨୭ରୁ ଅଧିକ ଲୋକଙ୍କ ଜୀବନହାନୀ

ଥିରୁଅନ୍ତପୁରମ୍ : କେରଳ ଭୋଗୁଛି ବନ୍ୟା ଦୁର୍ଦ୍ଦଶା । ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ସ୍ଥିତିରେ ହନ୍ତସନ୍ତ ହେଉଛନ୍ତି ଲୋକେ । ୪ ଦିନ ଧରି ଲଗାଣ ବର୍ଷାରେ ପ୍ରମୁଖ ନଦୀରେ ବନ୍ୟା ଆସିଛି । ହଜାର ହଜାର ଲୋକ ଜଳବନ୍ଦି ହୋଇଥିବା ବେଳେ ବସ ହରାଇଛନ୍ତି ଶହ ଶହ ଲୋକ । ବନ୍ୟାରେ ୨୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଏହା ସହିତ ଅନେକ ନିଖୋଜ ଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ଭୁସ୍ଖଳନ ଯୋଗୁଁ ଅନେକ ଲୋକ ମାଟିତଳେ ଚାପି ହୋଇ ରହୁଥିବା ଆଶଙ୍କା କରାଯାଉଛି । ପୂର୍ବ ତୁଳନାରେ ବର୍ଷା କମିଥିଲେ ମଧ୍ୟ ସମ୍ପୁର୍ଣ୍ଣ ବର୍ଷା କମିନାହିଁ । କିଛି ଜିଲ୍ଲାକୁ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଲକ୍ଷଦ୍ୱୀପରେ ସୃଷ୍ଟ ଲଘୁଚାପ ଧିରେ ଦୁର୍ବଳ ହେଉଥିଲେ ମଧ୍ୟ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । କେବଳ କେରଳ ନୁହେଁ ଉତ୍ତରାଖଣ୍ଡ, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି । ସ୍ଥିତିକୁ ଦେଖି ଚାରି ଧାମ ଯାତ୍ରା ଉପରେ ଅସ୍ଥାୟୀ ଭାବେ ରୋକ ଲଗାଯାଇଛି । ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।

ରାଜ୍ୟରେ ପ୍ରଭାବିତ ଲୋକଙ୍କ ପାଇଁ ୨୪୭ ଶିବିର ଖୋଲା ଯାଇଛି। ଅକ୍ଟୋବର ୨୦-୨୨ ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଏକାଧିକ ଅଞ୍ଚଳ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ଦଲାଇଲାମା କେରଳରେ ଏତେ ସଂଖ୍ୟକ ଜୀବନ ହାନି ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ କେରଳରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍‌ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ କେରଳରେ ବନ୍ୟା ସ୍ଥିତିକୁ ଅତି ଭଲଭାବେ ସମୀକ୍ଷା କରୁଛନ୍ତି। କେନ୍ଦ୍ରଠାରୁ ସମସ୍ତ ପ୍ରକାର ସହାୟତା ଦିଆଯିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏନ୍‌ଡିଆରଏଫ୍‌ ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ୧୧ ଟିମ୍‌ ମୁତୟନ କରିଛି।

Latest Posts

Don't Miss