ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ ପୂର୍ବରୁ ଆତ୍ମଘାତୀ ଆକ୍ରମଣ ଧମକ, ରାଜ୍ୟରେ ହାଇ ଆଲର୍ଟ

ଥିରୁଅନନ୍ତପୁରମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେରଳ ଗସ୍ତ ପୂର୍ବରୁ ଆତ୍ମଘାତୀ ଆକ୍ରମଣ ଧମକ ମିଳିଛି । ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ରାଜ୍ୟକୁ ହାଇଆଲର୍ଟରେ ରଖାଯାଇଛି । କେରଳ ବିଜେପି ଅଧ୍ୟକ୍ଷ ସୁରେନ୍ଦ୍ରଙ୍କୁ ଚିଠି ପଠାଇଥିବା ବ୍ୟକ୍ତି ଆଗାମୀ ୨୪ ଏପ୍ରିଲରେ କୋଚିରେ ହେବାକୁଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣର ଧମକ ଦେଇଛି । ସେ ଏହି ଧମକପୂର୍ଣ୍ଣ ଚିଠିକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଏଥିରେ ଏକ ନାଁ ଏବଂ ଠିକଣାର ଲେଖା ଥିଲା । ପୋଲିସ ତୁରନ୍ତ ସେହି ସ୍ଥାନରେ ପହଞ୍ଚିଥିଲା ଯେଉଁ ସ୍ଥାନ ସମ୍ପର୍କରେ ଚିଠିରେ ଉଲ୍ଲେଖ ଥିଲା ।

ପୋଲିସ ମୁତାବକ, ଏହି ଠିକଣାରେ ଜଣେ ବ୍ୟକ୍ତି ମିଳିଥିଲେ, ଯିଏକି ଧମକପୂର୍ଣ୍ଣ ଚିଠି କଥା ଶୁଣି ବହୁତ ଡରିଯାଇଥିଲେ । ସେ ଏପରି କୌଣସି ଧମକପୂର୍ଣ୍ଣ ଚିଠି ଲେଖିଥିବା ନେଇ ମନା କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କୁ ଫସାଇବା ପାଇଁ କେହି ତାଙ୍କ ନାଁରେ ଏହି ମିଛ ଧମକ ଲେଟର ଲେଖିଛି । କେରଳରେ ସୁରକ୍ଷା ଦୃଷ୍ଟିରୁ ଆଲର୍ଟ ଜାରି କରାଯାଇଛି । ଗାଡ଼ି ଗୁଡ଼ିକର ଯାଞ୍ଚ କରାଯାଉଛି । ବସ୍ ଷ୍ଟପ୍ ରେଲୱେ ଷ୍ଟେସନ ଏବଂ ଏୟାରପୋର୍ଟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି । ତେବେ ଏହି ଧମକପୂର୍ଣ୍ଣ ଚିଠି ଟି ମଲୟାଲମରେ ଲେଖାଥିଲା । ଲେଟରରେ ଲେଖାଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜିବ ଗାନ୍ଧିଙ୍କ ଭାଗ୍ୟର ସାମ୍ନା କରିବାକୁ ପଡ଼ିବ ।