ଗର୍ଭବତୀ ହେବା ପରେ ଏହି ମହିଳାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ସହଯୋଗ କଲେ ସରକାର, ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି କାହାଣୀ…
1 min read
ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣକୋରିଆର ଏକ ହୃଦୟସ୍ପର୍ଶୀ ଷ୍ଟୋରୀ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମହିଳା ଜଣକ ଭାରତୀୟ ହୋଇଥିବାବେଳେ ସେ କୋରିଆରେ ବିବାହ କରିଛନ୍ତି । ତେବେ ଯେବେ ସେ ଗର୍ଭବତୀ ହୋଇଥିଲେ ସେବେଠାରୁ ସରକାର ତାଙ୍କୁ ଟଙ୍କା ଆକାରରେ ସାହାର୍ଯ୍ୟ କରିଥିବା କଥା ସେ କହିଛନ୍ତି । ଯେତେବେଳେ ଏହି ମହିଳା ଜଣକ ଗର୍ଭବତୀ ହୋଇଥିବା ନିଶ୍ଚିତ ହୋଇଥିଲା ସରକାର ତାଙ୍କୁ ୬୩ ହଜାର ୧୦୦ ଟଙ୍କା ଦେଇଥିଲେ । ଡାକ୍ତରଙ୍କ ଚେକଅପ ଏବଂ ମେଡିସିନ ଖର୍ଚ୍ଚ ଲାଗି ଏହି ଟଙ୍କା ଦିଆଯାଇଥିଲା । ପରେ ୪୪.୦୩୦ ଟଙ୍କା ଦିଆଯାଇଥିଲା । ଯେଉଁ ଟଙ୍କାରେ ସେ ସହଜରେ ଯାତ୍ରା କରିପାରିବେ । ଯେତେବେଳେ ମହିଳା ଜଣକ ପିଲାଟିକୁ ଜନ୍ମ ଦେଲେ, କୋରିଆନ ସରକାର ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କୁ ଏକକାଳୀନ ୧.୨୬ ଲକ୍ଷ ଟଙ୍କା ଦେଇଥିଲେ। ଏହି ସାହାଯ୍ୟ ପଛରେ ଉଦ୍ଦେଶ୍ୟ ଥିଲା ଯେ ନୂତନ ପିତାମାତାଙ୍କୁ ପ୍ରାରମ୍ଭିକ ଖର୍ଚ୍ଚରେ କୌଣସି ସମସ୍ୟାର ସମ୍ମୁଖୀନ ନ ହେବାକୁ ପଡ଼ିବ।
ସାହାଯ୍ୟ କେବଳ ଥରେ ନୁହେଁ। ମହିଳା ଜଣକ ପ୍ରତି ମାସରେ ଟଙ୍କା ପାଇବା ଜାରି ରଖିଲେ:
- ଶିଶୁର ପ୍ରଥମ ବର୍ଷ ପାଇଁ ପ୍ରତି ମାସରେ 63,100 ଟଙ୍କା
- ଦ୍ୱିତୀୟ ବର୍ଷରେ ମାସିକ ୩୧,୦୦୦ ଟଙ୍କା
- ଯେତେବେଳେ ପିଲାଟି ଦୁଇ ବର୍ଷ ବୟସରେ ପହଞ୍ଚିଲା, ସରକାର ପିଲାଟି ଆଠ ବର୍ଷ ହେବା ପର୍ଯ୍ୟନ୍ତ ପ୍ରତି ମାସରେ ପିତାମାତାଙ୍କୁ ୧୨,୬୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।
ଦକ୍ଷିଣକୋରିଆରେ ଜନ୍ମହାର ହ୍ରାସ ପାଉଛି । ଲୋକମାନେ ବିଳମ୍ବରେ ବିବାହ କରିବା ସହ ଛୁଆ ଜନ୍ମ ମଧ୍ୟ ବିଳମ୍ବରେ କରୁଛନ୍ତି । ଯେଉଁ କାରଣରୁ ୨୦୨୦ ମସିହାରୁ ସରକାରଙ୍କ ପକ୍ଷରୁ ଏଭଳି ସହଯୋଗ କରାଯାଉଛି । ଏହି ଭାଇରାଲ ଭିଡିଓଟିକୁ @mylovefromkorea17 ନାମକ ଜଣେ ୟୁଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯାହା ଏବେ ବହୁତ ଭାଇରାଲ ହେଉଛି।