ଆଠ ବର୍ଷ ପୂର୍ବରୁ ଲେଖାଯାଇଥିଲା KGFର କାହାଣୀ !

1 min read

ମୁମ୍ବାଇ: KGF ଚାପ୍ଟର ୨ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ନିକଟରେ ଫିଲ୍ମ ୧୦୦୦କୋଟିରୁ ଅଧିକ ରୋଜଗାର କରି ରେକର୍ଡ କରିଛି । ଫିଲ୍ମରେ ଅଭିନୟ କରିଥିବା ଅଭିନେତାଙ୍କୁ ମଧ୍ୟ ଖୁବ ପସନ୍ଦ କରାଯାଉଛି । ତେବେ ଆସନ୍ତୁ ଜାଣିବା ‘କେଜିଏଫ୍ ୨’ର ବିରାଟ ସଫଳତା ପରେ ଫିଲ୍ମର ମୁଖ୍ୟ ନାୟିକା ଶ୍ରୀନୀଦ୍ଧି ସେଟ୍ଟୀଙ୍କ ଭାଗ୍ୟ ବଦଳିଛି କି ନାହିଁ । ତେବ ସେ ଏକ ସାକ୍ଷାତ କାରରେ କେଜିଏଫ କୁ ନେଇ କିଛି କଥା କହିଛନ୍ତି । ଯାହା ଖୁବ୍ କମ ଲୋକ ଜାଣିଥିବେ ।

ସେ  ଫିଲ୍ମର ସଫଳତାକୁ ନେଇ କହିଛନ୍ତି ଯେ, ଏହା ନିଶ୍ଚିତ ଥିଲା ଯେ ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ପସନ୍ଦ ଆସିବ, କାରଣ ଏଥିରେ ଜଡ଼ିତ ସମସ୍ତ ବ୍ୟକ୍ତି କଠିନ ପରିଶ୍ରମ କରିଥିଲେ । ପ୍ରଥମ ଭାଗରୁ ହିଁ ଆମେ ଷ୍ଟୋରୀ ଲାଇନକୁ ଭଲରେ ଦର୍ଶକଙ୍କ ପାଖରେ ପହଞ୍ଚାଇଥିଲୁ । ଫିଲ୍ମଟି ଏତେ ଭଲ ପ୍ରତିକ୍ରିୟା ପାଇବ, ଆମେ ତାହା ଜାଣିନଥିଲୁ । ମୋତେ ଖୁସି ଲାଗୁଛି ଯେ, ମୁଁ ଏତେ ବଡ ଫିଲ୍ମର ଗୋଟିଏ ଛୋଟିଆ ଅଂଶ ହୋଇ ପାରିଛି । ଫିଲ୍ମ ନିର୍ଦ୍ଦେଶକ କେଜିଏଫର କାହାଣୀକୁ ନେଇ କହିଥିଲେ ଯେ, ମୂଳ କାହାଣୀରୁ ଦୂରେଇ ରହିବାନି । ପ୍ରଥମ ଭାଗ ବଡ଼ ହିଟ୍ ଦେଇଛି, ସେହି କାରଣରୁ, ପରବର୍ତ୍ତୀ ଭାଗରେ ନିର୍ଦ୍ଦେଶକ ଅନେକ ପରିବର୍ତ୍ତନ କରିପାରିଥାନ୍ତେ କିନ୍ତୁ ସେ ତାହା କଲେ ନାହିଁ । ଆଠ ବର୍ଷ ପୂର୍ବରୁ ଯେଉଁ କାହାଣୀ ଲେଖାଯାଇଥିଲା ସେଇ କାହାଣୀକୁ ହିଁ ଅପରିବର୍ତ୍ତିତ ରଖିଥିଲେ । ଯାହା ପୂର୍ବରୁ ଲେଖା ଯାଇଥିବା କାହାଣୀକୁ ନେଇ ହିଁ ସେ ଫିଲ୍ମଟିକୁ ତିଆରି କରିଥିଲେ ।

ତେବେ ଶ୍ରିନୀଧି ଆଗାମୀ ଭାଗକୁ ନେଇ କହିଛନ୍ତି ଯେ, ଦର୍ଶକମାନେ ପିଲ୍ମଟିକୁ ଏତେ ପସନ୍ଦ କରିଛନ୍ତି ଯେ,  ଏହାର ଅଧିକରୁ ଅଧିକ ଭାଗ ତିଆରି ହେଲେ ନିଶ୍ଚିତ ଭାବରେ ଖୁସି ଲାଗିବ । ବର୍ତ୍ତମାନ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ସୂଚନା ଦିଆଯାଇଛି ଯେ ଆଗକୁ ଆହୁରି ଅନେକ କିଛି ଅଛି । ତଥାପି ତୃତୀୟ ଭାଗରେ କଣ କାହାଣୀ ରହିବ ସେ ବିଷୟରେ ଆମ ପାଖରେ କିଛି ସୂଚନା ନାହିଁ । ବର୍ତ୍ତମାନ  ଦେଖିବାର ବିଷୟ ହେଉଛି ଫିଲ୍ମର ତୃତୀୟ ଭାଗ କେତେ ବର୍ଷରେ ଆସିବ ?

ତେବେ ଯେତେବେଳେ ଏହି ସାକ୍ଷାତକାରରେ ପଚରା ଯାଇଥିଲା ଯେ,  ୟଶ କହିଥିଲେ ଯେ ସେ କେବଳ କନ୍ନଡ ସିନେମାରେ ସୀମିତ ରହିବେ । ଶ୍ରୀନଧି କଣ ଚାହୁଁଛନ୍ତି ତାଙ୍କ ପାଖରେ କିଛି ବଲିଉଡ଼ ଅଫର ଅଛି କି ?

ସେ ଉତ୍ତରରେ କହିଥିଲେ ଯେ, ତାଙ୍କ ପାଖରେ ବର୍ତ୍ତମାନ ସେମିତି କିଛି ଅଫର ନାହିଁ । ମୁଁ ମୋ କ୍ୟାରିୟର ଏମିତି ଏକ ଚଳଚ୍ଚିତ୍ରରୁ ଆରମ୍ଭ କରିଛି ଯାହା ପ୍ରଥମେ କନ୍ନଡ ଚଳଚ୍ଚିତ୍ର ଥିଲା, କିନ୍ତୁ ପାଞ୍ଚଟି ଭାଷାରେ ଆସିଥିଲା । ମୁଁ ଏଥିରୁ ଜାଣିଲି ଯେ, ଭାଷା ଏକ ପ୍ରତିବନ୍ଧକ ନୁହେଁ । ଯଦି ଆପଣ ଭାଷା ବୁଝନ୍ତି ନାହିଁ, ତେବେ ସବ୍ ଟାଇଟେଲ ଦେଖନ୍ତୁ । ପାଣ୍ଡେମିକ୍ ଆମକୁ ଶିକ୍ଷା ଦେଇଛନ୍ତି ଯେ ଆପଣ ସ୍ପେନିଶ୍, କୋରିଆନ୍ ଭାଷାରେ ସମସ୍ତ ପ୍ରକାରର ବିଷୟବସ୍ତୁ ଦେଖିପାରିବେ । ତେବେ ଯଦି ସେମିତି କିଛି ବଲିଉଡ଼ ଅଫର ଆସେ ତାହାଲେ ସେ ସେଥିରେ ଅଭିନୟ କରିବେ ବୋଲି କହିଛନ୍ତି ।