spot_img

Latest Posts

ଓଡ଼ିଆ ସାମ୍ବାଦିକଙ୍କୁ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେସେଜ୍‌

ଭୁବନେଶ୍ବର: ପୁଣି ଶିଖସ୍ ଫର ଜଷ୍ଟିସ ନେତା ତଥା ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁର ଧମକ। ଏକ ଅଡିଓ ବାର୍ତ୍ତାରେ ସେ କହିଛି- ୧ ଡିସେମ୍ବର ଅର୍ଥାତ ଆସନ୍ତାକାଲି ଡି-ଡେ। ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଉଡାଣ ନଭରିବାକୁ ଚେତାବନୀ ଦେଇଛି ପନ୍ନୁ‌। ଖଲିସ୍ତାନୀ ଓ କାଶ୍ମୀରୀମାନେ ଡିଜିପି ଆତଙ୍କୀ ସମ୍ମିଳନୀକୁ ଟାର୍ଗେଟ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ସମ୍ମିଳନୀକୁ ଟାର୍ଗେଟ କରାଯାଇଛି।

ଖଲିସ୍ତାନ ପତାକା ଉଡାଇଲେ ୨୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି କହିଛି ପନ୍ନୁ। ସେହିପରି ଜଣେ ଓଡ଼ିଆ ସାମ୍ବାଦିକଙ୍କ ପାଖକୁ ମଧ୍ୟ ଧମକ ପୂର୍ଣ୍ଣ ମେଲ୍ ଆସିଛି। ଖଲିସ୍ତାନୀ ଆତଙ୍କବାଦୀ ପନୁନ୍ ନାଁରେ ଆସିଛି ମେଲ୍‌। ଗତ ୨୮ ତାରିଖରେ ମଧ୍ୟ ଏଭଳି ଆଉ ଏକ ଭିଡିଓ ମଧ୍ଯ ଭାଇରାଲ ହୋଇଥିଲା।

ସେପଟେ ପୋଲିସ କମିଶନର ଏସ.ଦେବଦତ୍ତ ସିଂ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କଡାକଡି କରାଯାଇଛି । ଏଭଳି ଧମକପୂର୍ଣ୍ଣ ଅଡିଓ ବାର୍ତ୍ତା ଆସିବା ପରେ ତୀକ୍ଷ୍ଣ ନଜର ରଖିଛି ପୋଲିସ। କମିଶନରେଟ ପୋଲିସ ଏ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏ ନେଇ ସ୍ୱତନ୍ତ୍ର ସର୍ଭେଲାନ୍ସ ଟିମ ମଧ୍ୟ ଗଠନ କରାଯାଇଛି ।

Latest Posts

Don't Miss