ଆମେରିକାକୁ ପାକିସ୍ତାନ ରକ୍ଷାମନ୍ତ୍ରୀଙ୍କ ପରାମର୍ଶ, ବେଞ୍ଜାମିନ ନେତାନ୍ୟାହୁଙ୍କୁ କିଡନପ କରିନିଅ
ନନ୍ଦିଘୋଷ ବ୍ୟୁରୋ: ଭେନିଜୁଆଲା ଉପରେ ଆମେରିକାର କାର୍ଯ୍ୟାନୁଷ୍ଠାନ ପରେ ବିଶ୍ବରେ ଚର୍ଚ୍ଚା । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ପାକିସ୍ତାନ ରକ୍ଷାମନ୍ତ୍ରୀଙ୍କ ଆମେରିକାକୁ ପରାମର୍ଶ । ପାକିସ୍ତାନ ରକ୍ଷାମନ୍ତ୍ରୀ ଖ୍ବାଜା ଆସିଫ ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ତେନାନ୍ୟାହୁଙ୍କୁ ଭେନିଜୁଆଲା ରାଷ୍ଟ୍ରପତି ମାଦୁରୋଙ୍କ ପରି କିଡନପ କରିନେବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ନେତାନ୍ୟାହୁଙ୍କୁ ଆମେରିକା ଡିଡନପ କରିନେଉ ବୋଲି ପାସ୍ତିସ୍ତାନୀ ଚାହୁଁଛନ୍ତି । ଯଦି ଆମେରିକା ମାନବିକତା ଉପରେ ବିଶ୍ବାସ କରୁଛି ତେବେ ତାଙ୍କୁ କିଡନପ କରିନେଉ । ଏପରିକି ତୁର୍କୀ ବି ନେତାନ୍ୟାହୁଙ୍କୁ କିଡନପ କରିପାରେ ବୋଲି ସେ କହିଛନ୍ତି ।
ଗୋଟିଏ ସାକ୍ଷାତାକାରରେ ଆସିଫ ନେତାନ୍ୟାହୁଙ୍କୁ ମାନବିକତାର ସବୁାରୁ ବଡ଼ ଅପରାଧୀ ବୋଲି କହିଛନ୍ତି । ଅତୀତରେ ହୋଇଥିବା ଅତ୍ୟାଚାର, ଗାଜାରେ ପାଲେଷ୍ଟିନଙ୍କ ଉପରେ ହେଉଥିବା ଅତ୍ୟାଚାର ଠାରୁ ବଡ଼ ନୁହେଁ । ଗତ ୪ରୁ ୫ ଶହ ବର୍ଷ ମଧ୍ୟରେ କୌଣସି ସମ୍ପ୍ରଦାୟ ଏମିତି କରିନାହାନ୍ତି ଯାହା ଇସ୍ରାଏଲ ପାଲେଷ୍ଟିନଙ୍କ ସହ କରୁଛି । ବିଶ୍ବ ତାଙ୍କ ଭଳି ବଡ଼ ଅପରାଧୀ କେବେ ଦେଖିନାହିଁ ।
ନେତାନ୍ୟାହୁଙ୍କ ସମର୍ଥକଙ୍କୁ ବି ଦଣ୍ଡ ମିଳୁ
ଖ୍ବାଜା ଆସିଫ ନେତାନ୍ୟାହୁଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ଦଣ୍ଡଦେବା କଥା ମଧ୍ୟ ଉଠାଇଛନ୍ତି । ସେ କହିଛନ୍ତି, ଆଇନ ସେହି ଲୋକଙ୍କ ସମ୍ପର୍କରେ କ’ଣ କହୁଛି ଯେଉଁମାନେ ଏମିତି ଅପରାଧୀଙ୍କୁ ସମର୍ଥନ କରୁଛନ୍ତି । ପାକିସ୍ତାନ କେବେ ବି ଇସ୍ରାଏଲକୁ ମାନ୍ୟତା ଦେଇନାହିଁ ଏବଂ ଅଧିକାରିକ ସ୍ତରରେ ଇରାନ ସହ ବାଇଚାରାର ସମ୍ପର୍କ ଓ କ୍ଷେତ୍ରୀୟ ସହଯୋଗ ଉପରେ ଗୁରୁତ୍ବ ଦେଇ ଆସିଛି । ସେପଟେ ଭାରତରେ ଥିବା ଇସ୍ରାଏଲ ରାଜଦୂତ କହିଛନ୍ତି, ଇହୁଦି ଦେଶ ଗାଜା ଫୋର୍ସ =ରେ ପାକିସ୍ତାନୀ ସେନାର ଅଂଶଗ୍ରହଣ ସହଜ ନୁହେଁ ।

