spot_img

Latest Posts

ନାଟକୀୟ ଢଙ୍ଗରେ ବ୍ୟବସାୟୀଙ୍କୁ ଅପହରଣ, ବୁର୍ଲାରୁ ଉଦ୍ଧାର କଲା ପୋଲିସ୍

ସମ୍ବଲପୁର: ସମ୍ବଲପୁରରେ ନାଟକୀୟ ଢଙ୍ଗରେ ବ୍ୟବସାୟୀଙ୍କୁ ଅପହରଣ। ବିନିକାରୁ ଅପହରଣ ପରେ ବୁର୍ଲାରୁ କରାଯାଇଛି ଉଦ୍ଧାର । ବିନିକା ଦାନିପାଲି ଗାଁର ଅଶୋକ ଦାନିଙ୍କୁ ବୁର୍ଲାରୁ ଉଦ୍ଧାର କରିଛି ପୋଲିସ୍। ସୂଚନା ଅନୁସାରେ, ସୋନପୁର ଜିଲ୍ଲା ବିନିକାର ଅଶୋକ କୁମାର ଦାନି ଜଣେ ସାର ଓ ଧାନ ବ୍ଯବସାୟୀ। ବିନିକା କଲେଜ ଛକରେ ସତ୍ଯମ ଏଣ୍ଟରପ୍ରାଇଜେସ ନାଁରେ ଏକ ପେଷ୍ଟିସାଇଜ୍ ଦୋକାନ କରିଛନ୍ତି ।

ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ୫ ଜଣ ବ୍ଯକ୍ତି କାର ଯୋଗେ ଆସି ଅଟକାଇବା ପରେ ଅପହରଣ କରିଥିଲେ। ଏହି ସମୟରେ ବିନିକା ଥାନାକୁ ଜଣେ ଯୁବକ ଖବର ଦେବା ପରେ ପଶ୍ଚିମ ଓଡିଶାର ବିଭିନ୍ନ ଥାନାକୁ ଜଣାଇଥିଲା ପୋଲିସ। ପୋଲିସ ଭୟରେ ଅପହରଣକାରୀମାନେ ଅଶୋକଙ୍କୁ ବୁର୍ଲା ଗୋଲଗୁଣ୍ଡା ନିକଟରେ ଛାଡି ପଳାଇଥିଲେ। ଦୁର୍ବୃତ୍ତମାନେ ଅଶୋକଙ୍କୁ ମାଡ଼ ମାରିବା ସହ ୯୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

Latest Posts

Don't Miss