ଆଇପିଏଲରୁ ଅବସର ନେଲେ କିରନ୍ ପୋଲାର୍ଡ, MI ଦେଲା ବ୍ୟାଟିଂ କୋଚ୍ ଦାୟିତ୍ୱ

1 min read

ମୁମ୍ବାଇ: ଆଇପିଏଲରୁ ଅବସର ନେଲେ ଓ୍ୱେଷ୍ଟଇଣ୍ଡିଜ୍ ତାରକା ତଥା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ଦୁର୍ଦ୍ଦଶ ଅଲରାଉଣ୍ଡର କିରନ ପୋଲାର୍ଡ । ଆଇପିଏଲ ମିନି ଅକ୍ସନ ପୂର୍ବରୁ ଏହି ବଡ଼ ଘୋଷଣା କରିଛନ୍ତି ପୋଲାର୍ଡ । ଚଳିତ ଆଇପିଏଲର ମିନି ଅକ୍ସନ ପୂର୍ବରୁ ପୋଲାର୍ଡଙ୍କୁ ମୁମ୍ବାଇ ଦରୁ ରିଲିଜ୍ କରିଦେଇଥିଲା । ମୁମ୍ବାଇ ଦଳରୁ ରିଲିଜ୍ କରିବା ପରେ ସେ ଅବସର ଘୋଷଣା କରିଛନ୍ତି । ପୋଲାର୍ଡ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ସହ ୧୩ ବର୍ଷ ରହିଥିବା ବେଳେ ୫ ଥର ଟ୍ରଫି ଜିତିବାରେ ମଧ୍ୟ ପ୍ରମୁଖ ଭୂମିକା ତୁଲାଇଥିଲେ । ତେବେ ଚଳିତ ସିଜିନରେ ସେ ଆଉ ଖେଳିବେନି ସତ କିନ୍ତୁ ସେ ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ସହ ରହିବେ । କାହିଁକି ନା ପୋଲାର୍ଡ ଅବସର ନେବା ପରେ ତାଙ୍କୁ ଦଳ ଏକ ଗୁରୁଦାୟିତ୍ୱ ଦେଇଛି । ସେ ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ କୋଚ୍ ଭାବରେ ନଜର ଆସିବେ ।

କିରନ୍ ପୋଲାର୍ଡ ଆଇପିଏଲରେ ୧୦୦ରୁ ଅଧିକ ମ୍ୟାଚ ଖେଳିଛନ୍ତି । କିନ୍ତୁ ସେ ଗତବର୍ଷ ଆଇପିଏଲରେ ତାଙ୍କ ପ୍ରଦର୍ଶନକୁ ନେଇ ବେଶ୍ ସମାଲୋଚିତ ହୋଇଥିଲେ । ୨୦୨୨ ଆଇପିଏଲରେ ମୁମ୍ବାଇ ପାଇଁ ୧୧ଟି ମ୍ୟାଚ ଖେଳି ମାତ୍ର ୧୪୪ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଯାହାଫଳରେ ମୁମ୍ବାଇ ପୋଲାର୍ଡଙ୍କୁ ୨୦୨୩ IPL ମିନି ଅକ୍ସନ ପୂର୍ବରୁ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଥିଲା । ପୋଲାର୍ଡ ଚଳିତ ବର୍ଷ ଏପ୍ରିଲ ମାସରେ ଆନ୍ତର୍ଜାତୀୟ କ୍ରିକେଟରୁ ମଧ୍ୟ ଅବସର ଘୋଷଣା କରିଥିଲେ ।