ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଅଧିନାୟକତ୍ୱ କରିବେ କେଏଲ୍ ରାହୁଲ

1 min read

ଦୁବାଇ: ଟି-୨୦ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ ଦଳରେ ଆମୂଳ ଚୂଳ ପରିବର୍ତ୍ତନର ସମ୍ଭାବନା ଦେଖାଯାଉଛି । ଖବର ସରବରାହ ସଂସ୍ଥା ଏଏନ୍‌ଆଇ ଅନୁଯାୟୀ ବବଲ ଲାଇଫ୍ ଯୋଗୁଁ ଖେଳାଳିମାନେ ଥକି ଯାଉଥିବାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବାର ଯୋଜନା କରାଯାଉଥିବା ସୂଚନା ମିଳିଛି । ଏହି ସର୍ଟ ଫର୍ମାଟ କ୍ରିକେଟ ଖେଳିବାକୁ ନ୍ୟୁଜିଲ୍ୟାଣ୍ଡ ଦଳ ଭାରତ ଆସିବାକୁ ଥିବା ବେଳେ ଏହି ସିରିଜିରେ କେଏଲ୍ ରାହୁଲ ଅଧିନାୟକତ୍ୱ କରିବେ । କେ. ଏଲ୍ ରାହୁଲ ଏଯାବତ୍ ମୋଟ ୫୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ୩୮.୪୯ର ଆଭେରେଜ୍ ସ୍କୋର ସହ ମୋଟ ୧୫୭୮ ରନ୍ ସଂଗ୍ରହ କରିଛନ୍ତି  । ସେ ମୋଟ ୨ ଶତକ ଓ ୧୨ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି ।

ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ଏଯାବତ୍ ୨ ମ୍ୟାଚ୍ ଖେଳିଥିବା ବେଳେ ୨ଟି ଯାକ ମ୍ୟାଚ୍‌ ଏକତରଫା ପରାଜୟ ବରଣ କରିଛି । ଦଳର ଉଭୟ ବ୍ୟାଟିଂ ଓ ବୋଲିଂ ବିରୋଧୀ ଦଳର ଖେଳାଳିଙ୍କ ସମ୍ନାରେ ପ୍ରଭାବଶୂନ୍ୟ ରହିଥିଲା ।  ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତ ୧୦ ଓ୍ୱିକେଟରେ ପରାସ୍ତା ହୋଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ୮ ଓ୍ୱିକେଟରେ ପରସ୍ତା ହୋଇଛି ଦଳ । ଏହା ପରେ ଦଳର ସେମିଫାଇନାଲ ଖେଳିବା ଆଶା କ୍ଷୀଣ ହୋଇଯାଇଛି ।

ତେବେ ଟିମ୍ ଇଣ୍ଡିଆ ଆହୁରି ୩ଟି ମ୍ୟାଚ୍‌ ଖେଳିବାର ଅଛି କିନ୍ତୁ କୌଣସି ପ୍ରକାର, ଚମତ୍କାର ହିଁ ଭାରତକୁ ସେମିଫାଇନାଲରେ ପହଞ୍ଚାଇପାରେ । ତେବେ ମୋଟା ମୋଟି ଦେଖାଗଲେ ଆଫଗାନିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ବଡ଼ ବ୍ୟବଧାନରେ ପରାସ୍ତ କଲେ ହିଁ ଭାରତର ସେମିଫାଇନାଲ ଖେଳିପାରିବ ।

ଏଥିସହିତ ପଢ଼ନ୍ତୁ: ସେମିଫାଇନାଲରେ ପହଁଚିପାରିବ ଭାରତ, ଜାଣନ୍ତୁ କେମିତି…

Leave a Reply