ସୁନ୍ଦରତାରେ ପଛରେ ପଡ଼ିଯିବେ ମଡେଲ, ଜାଣନ୍ତୁ ଲେଡି ଅଫିସର ପ୍ରିୟଙ୍କା ଗୋଏଲଙ୍କ ସମ୍ପର୍କରେ ଅଜଣା କଥା

1 min read

ନୂଆଦିଲ୍ଲୀ: ସେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ତାଙ୍କ ସୁନ୍ଦରତା ଦେଖିଲେ ବଡ଼ ବଡ଼ ମଡେଲମାନେ ମଧ୍ୟ ପଛରେ ପଡ଼ିଯିବେ । ଲେଡି ଅଫିସର ପ୍ରିୟଙ୍କା ଗୋଏଲଙ୍କ ସୁନ୍ଦରତା ଦେଖିଲେ ଯେ କେହି ବି ଇର୍ଷା କରିବ । କେବଳ ସୁନ୍ଦରତା କାହିଁକି ତାଙ୍କ ସଫଳତା ଯେ କେହି ବି ଶୁଣିବ ବାହା ବାହା ନକରି ରହିପାରିବନି । ୫ ଥର UPSCରେ ବିଫଳ ହେବା ପରେ ଷଷ୍ଠଥର ଉତିର୍ଣ୍ଣ ହୋଇଛନ୍ତି । ୨୦୨୨ UPSC ସିଭିଲ ସର୍ଭିସ ପରକ୍ଷାରେ ଭତୀର୍ଣ୍ଣ ହୋଇଛନ୍ତି । ସେ ଦିଲ୍ଲୀର ମୂଳ ବାସିନ୍ଦା ହୋଇଥିବାବେଳେ ଜଣେ ମେଧାବୀ ଛାତ୍ରୀ ଥିଲେ । ସେ ପିତମପୁରରେ ଥିବା ମହାରାଜା ଉଗ୍ରସେନ ମଣ୍ଡଳ ସ୍କୁଲରୁ ଦ୍ବାଦଶ ଶ୍ରେଣୀ ପଢ଼ିଛନ୍ତି । ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ କେଶବ ମହା ବିଦ୍ୟାଳୟରେ କମର୍ସରେ ସ୍ନାତକତ୍ତୋର ହାସଲ କରିଛନ୍ତି । ଏହାପରେ ସେ UPSC ପାଇଁ ନିଜର ପଢ଼ା ଆରମ୍ଭ କରିଥିଲେ । ୫ଥର ବିଫଳ ହୋଇଥିଲେ ସୁଦ୍ଧା ଭାଙ୍ଗି ପଡ଼ି ନଥିଲେ । ଷଷ୍ଠଥରରେ ସଫଳତା ପାଇଁଥିବାବେଳେ ସେ ଯୁବ ପିଢ଼ୀଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ଫଲୋର୍ସଙ୍କ ସଂଖ୍ୟା ବହୁ ଅଧିକ ରହିଥିବାବେଳେ ସେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି ।