spot_img

Latest Posts

ମାଓବାଦୀରୁ ସମାଜସେବୀ, ସମ୍ବାରୀଙ୍କ ଜୀବନ କାହାଣୀ

ଢେଙ୍କାନାଳ(ସତ୍ୟ ସ୍ୱରୂପ ଦାସ): ଦିନ ଥିଲା ହାତରେ ବନ୍ଧୁକ ଧରି ସାଜିଥିଲେ ମାଓବାଦୀ । ଆଜି ହାତରେ ମାକ୍ସ ଓ ସାନିଟାଇଜର ଧରି ସାଜିଛନ୍ତି ସମାଜ ସେବୀ । ଆଜି ଆମେ ଏମିତି ଜଣେ ଆଦିବାସୀ ମହିଳାଙ୍କ ବିଷୟରେ କହିବୁ, ଯିଏ ମାଓ ସଂଗଠନ ଛାଡ଼ି, ସାମିଲ ହୋଇଛନ୍ତି ସମାଜର ମୁଖ୍ୟ ସ୍ରୋତରେ । ନିଜେ ପରିବାର ସହିତ ଖୁସିରେ ରହିବା ସହିତ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ତେବେ କିଭଳି ଥିଲା ଘଞ୍ଚ ଜଙ୍ଗଲ ଓ ପାହାଡ଼ର କାହାଣୀ ? କିପରି ଘୁରି ବୁଲୁଥିଲେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ? କିପରି ଥିଲା ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ୍ ଭୟ ? ତା’ପୂର୍ବରୁ ଟିକେ ନଜର ପକାନ୍ତୁ ସମ୍ଭାରୀଙ୍କ ମାଓବାଦୀ ହେବାର ପଛର କାହାଣୀ ଉପରେ…

Know How Hardcore Maoist Sambari Left Naxalites

ଦାରିଦ୍ର୍ୟତା ଯେଉଁଠାରେ ଅସହ୍ୟ ହୋଇ ଉଠେ, ଭୋକ ଯେତେବେଳେ ଅସମ୍ଭାଳ ହୁଏ, ସେତେବେଳେ ଇଛା ନଥିଲେ ମଧ୍ୟ ସମସ୍ତ ସୀମା ସରହଦ ପାର କରି ଏକ ଅମଡ଼ା ବାଟରେ ପାଦ ରଖିବାକୁ ବାଧ୍ୟ ହୁଏ ମଣିଷ । ବୁଦ୍ଧି ବିବେକ ଆତ୍ମସମର୍ପଣ କରେ କୁଚକ୍ରି ମଣିଷର ଚକ୍ରବ୍ୟୁହରେ । ଏଭଳି କିଛି ଘଟିଥିଲା ନୂଆ କରି ଯୌବନରେ ପାଦ ଥାପିଥିବା ସମ୍ବାରୀ ତିରିଆ କ୍ଷେତ୍ରରେ । ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ କୋଇ ମାଓ ନେତା ଆନ୍ନା ରେଡ୍ଡୀର ସଂଗଠନରେ ଯୋଗଦେବା ପରେ ଦେହରେ ମାଓ ପୋଷାକ ଓ ହାତରେ ବନ୍ଧୁକ ଧରି ଜଣେ ହାର୍ଡକୋର ମାଓବାଦୀ ପାଲଟି ଗଲେ ସମ୍ବାରୀ ।

Know How Hardcore Maoist Sambari Left Naxalites
File

ଘଞ୍ଚ ଜଙ୍ଗଲ ଓ ପାହାଡ଼ରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଘୁରି ବୁଲିଲେ ଓ ଧିରେ ଧିରେ ହତିଆର ଚଲାଇବାର ପ୍ରଶିକ୍ଷଣ ନେବା ପରେ ଘଟାଇ ଚାଲିଲେ ଗୋଟିଏ ପରେ ଗୋଟିଏ ମାଓ କାର୍ଯ୍ୟ । ୨୦୦୭ ମସିହାରେ କଙ୍କଡାହାଡ଼ ବ୍ଲକ କଣ୍ଡାର ଫରେଷ୍ଟ ବିଟରେ ଘଟିଥିଲା ନରସଂହାର । ଯେଉଁଥିରେ ୩ ବନ କର୍ମଚାରୀ ନିହତ ହୋଇଥିଲେ । ସେତେବେଳେ ସାରା ଓଡ଼ିଶାରେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ଚର୍ଚ୍ଚିତ ମାଓ ହିଂସାରେ ପଛରେ ଥିଲେ ସମ୍ବାରୀ । ପରବର୍ତ୍ତୀ ସମୟରେ ମାଓ କ୍ୟାମ୍ପରେ ଅନୁସଙ୍ଗିକ ଅବ୍ୟବସ୍ଥା ସହିତ ପୋଲିସର ଭୟ ମାଓ କ୍ୟାମ୍ପ ଛାଡ଼ିବାକୁ ବାଧ୍ୟ କରିଥିଲା ସମ୍ବାରୀଙ୍କୁ । କ୍ୟାମ୍ପରୁ ଖସି ଆସି ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖୁମ୍ବ ମୁଣ୍ଡା ସାହିରେ ଆଶ୍ରୟ ନେଇଥିଲେ ।

Know How Hardcore Maoist Sambari Left Naxalites
File

ସେହି ଗାଁର ପଣ୍ଡିଆ ବାଙ୍କିରା ସହିତ ବିବାହ କରି ନୂଆ ସଂସାର ଗଢ଼ିଲେ । ସରକାରଙ୍କ ମାଓବାଦୀ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଯୋଜନାରେ ଅନୁପ୍ରାଣିତ ହୋଇ ସମ୍ବାରୀ ୨୦୧୩ ମସିହାରେ ଢେଙ୍କାନାଳର ତତ୍କାଳୀନ ଏସପି ମନୋରଞ୍ଜନ ମହାନ୍ତିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।

Latest Posts

Don't Miss