ଦୋଷୀ ସାବ୍ୟସ୍ତ ହେଲେ ଶିଳ୍ପାଙ୍କ ପତି ରାଜ୍‌ଙ୍କୁ କେତେ ବର୍ଷ ଜେଲ?

1 min read

ନୂଆଦିଲ୍ଲୀ: ଅଶ୍ଳୀଳ ବିଷୟବସ୍ତୁ ପ୍ରସଙ୍ଗରେ ଫେବୃୟାରୀ ୨୦୨୧ରେ ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।  ଏପର୍ଯ୍ୟନ୍ତ ଏହି ମାମଲାରେ ରାଜ୍‌କୁନ୍ଦ୍ରାଙ୍କ ସମେତ ୧୧ ଲୋକଙ୍କୁ ଗିରଫ କରାଯାଇଛି ।  ୨୩ ଜୁଲାଇ ପର୍ଯ୍ୟନ୍ତ ପୋଲିସ୍‌ହେପାଜତରେ ରହିବେ । ଗଣମାଧ୍ୟମ ଖବର ଅନୁସାରେ ରାଜ୍‌ଙ୍କୁ ମୁମ୍ବାଇର ଭାୟଖଲା ଜେଲକୁ ନିଆଯାଇଛି । ତାଙ୍କ ଉପରେ IPCର ଦୁଇ ନନ୍‌ବେଲେବଲ ଧାରା ୪୨୦ ଏବଂ ୬୭A ଲାଗିଛି । ଅବଶ୍ୟ ରାଜ୍‌ଙ୍କୁ ଲିଗାଲ ଟିମ୍‌ରାଜଙ୍କ ଗିରଫକୁ ଅନୁଚିତ୍‌କହି ଜାମିନ୍‌ପାଇଁ ଦାବି କରିପାରନ୍ତି ।

ରାଜ୍‌କୁନ୍ଦ୍ରାଙ୍କ ଫୋନ୍‌ସହିତ ଇଲେକ୍ଟ୍ରୋନିକ୍‌ପ୍ରମାଣପତ୍ରକୁ ଜବତ କରାଯାଇଛି । ଏହି ମାମଲାରେ ତାଙ୍କ କମ୍ପାନୀର ଆଇଟି ହେଡ୍‌ରିୟାନ ଥୋର୍ପେଙ୍କୁ ପୋଲିସ୍‌କଷ୍ଟଡିରେ ରଖାଯାଇଛି । ସୂଚନାଯୋଗ୍ୟ ରାଜ୍‌ଙ୍କ ଉପରେ ପୋର୍ଣ୍ଣୋଗ୍ରାଫି କଣ୍ଟେଣ୍ଟ ତିଆରି କରି ତାହାକୁ ଭିନ୍ନ ଭିନ୍ନ ଆପ୍‌ମାଧ୍ୟମରେ ଦେଖାଉଥିବା ଅଭିଯୋଗ ଲାଗିଛି । ଗଣମାଧ୍ୟମ ଖବର ଅନୁସାରେ ଯଦି ଏହି ଅଭିଯୋଗ ସତ ପ୍ରମାଣିତ ହୁଏ, ତେବେ ତାଙ୍କୁ ୫ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ । ଅତି ବେଶୀରେ ୧୦ ବର୍ଷ ଜେଲ କାଟିବାକୁ ପଡ଼ିବାରେ ।

ଭାରତରେ ପୋର୍ଣ୍ଣୋଗ୍ରାଫିକୁ ନେଇ କାନୁନ୍‌ଖୁବ୍‌କଠୋର । ରାଜ୍‌କୁନ୍ଦ୍ରାଙ୍କ ନାମ ‘ମୁଖ୍ୟ ଷଡ଼ଯନ୍ତ୍ରକାରୀ’ ଭାବରେ ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁସାରେ ପ୍ରଥମ ଥର ଏହିଭଳି ଅଭିଯୋଗ ପ୍ରମାଣିତ ହେଲେ ୫ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ । ଦ୍ୱିତୀୟ ଥର ଏହି ଅଭିଯୋଗ ପ୍ରମାଣିତ ହେଲେ ୭ ବର୍ଷ ।

ସୂଚନାଯୋଗ୍ୟ ଫିଲ୍ମ ‘ଗନ୍ଦି ବାତ୍‌’ର ନାୟିକା ଗହନା ବଶିଷ୍ଠ ଏକ ଭିଡ଼ିଓ ଜାରି କରି କହିଛନ୍ତିଯେ, ଏହି ଫିଲ୍ମ ଅଶ୍ଳୀଳ ବା ଏରୋଟିକ୍‌ଫିଲ୍ମ ଶ୍ରେଣୀରେ ଆସିପାରେ । କିନ୍ତୁ ଏହା ପୋର୍ଣ୍ଣୋଗ୍ରାଫି ନୁହେଁ । ତେବେ ଏବେ କେବଳ କୋର୍ଟଙ୍କ ନିଷ୍ପତ୍ତି ଉପରେ ରହିବ ସମସ୍ତଙ୍କ ନଜର ।

Leave a Reply