ଜାଣନ୍ତୁ କେମିତି ଭାରତୀୟ ସେନାର ଜୁନିୟର କମିସନଡ୍ ଅଫିସର ଦେଶକୁ ଦେଲେ ଆଥଲେଟିକ୍ସରେ ପ୍ରଥମ ସ୍ୱର୍ଣ୍ଣ

1 min read
Know Success And Struggle Story Of Neeraj Chopra Javelin Throw

ଭୁବନେଶ୍ୱର: ପାନିପତରୁ ଟୋକିଓ । ୧୩ ବର୍ଷ ପରେ ମିଳିଲା ସ୍ୱର୍ଣ୍ଣ । ଟୋକିଓ ଅଲମ୍ପିକରେ ଭାରତକୁ ଏକମାତ୍ର ସ୍ୱର୍ଣ୍ଣ ମିଳିଛି । ଦେଶ ପାଇଁ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ଆଣିଛନ୍ତି ଆଥଲେଟିକ୍ସ ନୀରଜ ଚୋପ୍ରା । ଏଥିସହ ରଚିଛନ୍ତି ଇତିହାସ । ଫାଇନାଲକୁ ଯିବା ପାଇଁ ୮୩.୫୦ ମିଟର ଦୂରକୁ ଜାଭେଲିନ୍ ଥ୍ରୋ କରିବାର ଆବଶ୍ୟକତା ରହିଛି । ନୀରଜ ୮୬.୬୫ ମିଟର ଜାଭେଲିନ୍ ଥ୍ରୋ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲେ । ଆଉ ଫାଇନାଲରେ ୧୨ ଖେଳାଳିଙ୍କ ସହ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୮୭.୫୮ ମିଟର ଜାଭେଲିନ୍ ଥ୍ରୋ କରି ସ୍ୱର୍ଣ୍ଣ ଜିତିଛନ୍ତି ।

 Know Success And Struggle Story Of Neeraj Chopra Javelin Throw

୧୯୯୭ ଡିସେମ୍ବର ୨୪ରେ ହରିୟାଣାର ପାନିପତ ଜିଲ୍ଲାର ଖାନ୍ଦ୍ରା ଗାଁରେ ନୀରଜଙ୍କ ଜନ୍ମ । ଚାଷୀ ପରିବାରରେ ଜନ୍ମ ହୋଇଥିବା ନୀରଜ ପିଲା ଦିନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସବୁ ବାଧାବିଘ୍ନକୁ ଅତିକ୍ରମ କରି ନୀରଜ ନିଜକୁ ଜଣେ ସଫଳ ଆଥେଲଟ୍ ଭାବେ ପ୍ରସ୍ତୁତ କରିବା ସହ ସରକାରୀ ଚାକିରି ହାତେଇଥିଲେ ।

 Know Success And Struggle Story Of Neeraj Chopra Javelin Throw

୨୦୧୬ରେ ପୋଲାଣ୍ଡରେ ହୋଇଥିବା IAAF ୱର୍ଲ୍ଡ ଅଣ୍ଡର-୨୦ ଚାମ୍ପିଅନସିପରେ ୮୬.୪୮ ମିଟର ଜାଭେଲିନ୍ ଥ୍ରୋ କରି ନୀରଜ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ ସେ ଆର୍ମିରେ ଜୁନିୟର କମିସନଡ୍ ଅଫିସର ଭାବେ ନିଯୁକ୍ତି ପାଇଥିଲେ । ୨୦୧୮ ଅଗଷ୍ଟରେ ମଧ୍ୟ ନିଜ ରେକର୍ଡ ଭାଙ୍ଗିଥିଲେ ନୀରଜ । ଏସିଆନ୍ ଗେମରେ ୮୮.୦୬ ମିଟର ଜାଭେଲିନ୍ ଥ୍ରୋ କରି ନିଜ ରେକର୍ଡ ଭାଙ୍ଗିବା ସହ ଜାତୀୟ ସ୍ତରରେ ନୂଆ ରେକର୍ଡର ଅଧିକାରୀ ହୋଇଥିଲେ ।

 Know Success And Struggle Story Of Neeraj Chopra Javelin Throw

କୁହାଯାଏ ସଫଳତାର କାହାଣୀ ଅସଫଳତା ଓ ସଂଘର୍ଷ ବିନା ପୂରଣ ହୁଏନି । ସେହିଭଳି ନୀରଜଙ୍କ କ୍ୟାରିଅରରେ ସଂଘର୍ଷ ମଧ୍ୟ ଆସିଥିଲା । ୨୦୧୯ରେ ତାଙ୍କ କାନ୍ଧରେ ଆଘାତ କାରଣରୁ ସର୍ଜରୀ କରିବାକୁ ପଡ଼ିଥିଲା । ଏହାପରେ ନୀରଜ ୬ ମାସ ପାଇଁ ଖେଳଠୁ ଦୂରରେ ରହିଥିଲେ । ଆଉ କରୋନା ପାଇଁ ଫିଲ୍ଡକୁ ଫେରିବା ବିଳମ୍ବ ହୋଇଥିଲା ।Know Success And Struggle Story Of Neeraj Chopra Javelin Throw

ତଥାପି ସବୁ ବାଧାବିଘ୍ନକୁ ମାତ୍ ଦେଇ ଫେରିଥିଲେ ନୀରଜ । ଚଳିତବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ଇଣ୍ଡିଆନ୍ ଗ୍ରାଣ୍ଡ ପିକ୍ସରେ ୮୮.୦୭ ମିଟର ଥ୍ରୋ କରି ନିଜ ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ ନୀରଜ । ଏଥିସହ ଟୋକିଓ ଟିକେଟ୍ ହାସଲ କରିଥିଲେ । ଟୋକିଓ ଅଲମ୍ପିକରେ ନିଜର ପ୍ରଥମ ଖେଳରେ ହିଁ ସେ କମାଲ୍ କରିବା ଫାଇନାଲରେ ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ।

Leave a Reply