କେମିତି ଜାଣିବେ ଥଣ୍ଡା ହୋଇଛି ନା କୋରୋନା, ଜାଣନ୍ତୁ ଲକ୍ଷଣ

ନନ୍ଦିଘୋଷ ବ୍ୟୁରୋ: ଶୀତ ଋତୁ ଆସିବା ସହ ଥଣ୍ଡା କାଶ, ଜ୍ବର, ଭାଇରାଲ ଜ୍ବରରେ ଅଧିକାଂଶ ଆକ୍ରାନ୍ତ  । ଆଉ ଏବେ ଏଥିରେ କୋରୋନା ବି ସାମିଲ ହୋଇଛି  । ଏଠାରେ କୋରୋନା କତା ଏଥିପାଇଁ କୁହାୟାଉଛି ଯେ ଥଣ୍ଡା ଜ୍ବର ଓ କୋରୋନାର ଲକ୍ଷଣ ପ୍ରାୟତଃ ଏକା  । ଏଥିପାଇଁ ଅଧିକାଂଶ ଲୋକେ ଜାଣିପାରୁ ନାହାନ୍ତି ଯେ ସେମାନଙ୍କୁ କୋରୋନା ହୋଇଛି ନା ସାଧାରଣ ଥଣ୍ଡାଜ୍ବର  । ଆପଣ ବି ସେମିତି କିଛି ସମସ୍ୟା ଦେଇ ଗତି କରୁଛନ୍ତି କି ? କେମିତି ଜାଣିବେ ଲକ୍ଷଣ ?

ଥଣ୍ଡା ଓ ଜ୍ବରର ଲକ୍ଷଣ ପ୍ରାୟତଃ ସମାନନ ହୋଇଥାଏ  । ଇନଫ୍ଲୁଏଞ୍ଜା ଭାଇରସ କାରଣରୁ ଲୋକଙ୍କୁ ସାଧାରଣତଃ କଫ ହୋଇଥାଏ  । ବିଶେଷଜ୍ଞଙ୍କ କହିବାନୁସାରେ ଫ୍ଲୁ ବେଳେବେଳେ ମାରାତ୍ମକ ହୋଇପଡେ  । ରୋଗୀଙ୍କ ଶରୀର ଏଥିରେ ପ୍ରଭାବିତ ହୁଏ  । ଥଣ୍ଡା, ଜ୍ବର, ମୁଣ୍ଡବ୍ୟଥା, ମାଂସପେଶୀ ଦରଜ ଏସବୁ ଲକ୍ଷଣ ଦେଖାଦେଇଥାଏ  ।

ସାଧାରଣ ଥଣ୍ଡା ହୋଇଥିଲେ ନାକରୁ ପାଣି ବାହାରିଥାଏ  । ଅତ୍ୟଧିକ ଛିଙ୍କ ବା କାଶ ହୋଇଥାଏ  । ଗଳା ଦରଜ ହେବା ସହ ନାକ ବି ବନ୍ଦ ହୋଇଯାଏ  ।

ସେପଟେ କୋରୋନା ଲକ୍ଷଣରେ ଗଳା ଦରଜ, ନାକରୁ ପାଣି ବାହାରିବା, ମୁଣ୍ଡବ୍ୟଥା, ଥଣ୍ଡା, କ୍ଲାନ୍ତ, ସ୍ବାଦ ଓ ଗନ୍ଧ ଚାଲିଯାଇଥାଏ  । ଏକ ପ୍ରକାର କହିବାକୁ ଗଲେ କୋରୋନାରେ ଥଣ୍ଡା ଓ ଫ୍ଲୁର ଲକ୍ଷଣ ଏକାଠି ଦେଖାଦେଇଥାଏ  ।