ଖେଳ ହେଲା କାଳ: ବ୍ରିଜରୁ ୭୦ ଫୁଟ ତଳକୁ ଡେଇଁ ୨ ଯୁବକ ମୃତ, ଦେଖନ୍ତୁ ଭିଡିଓ

କୋଲକାତା: ଖେଳ ହେଲା କାଳ । କୋଲକାତାର ହୁଗୁଳି ନଦୀରେ ମୃତ୍ୟୁର ଖେଳ । ହୁଗୁଳି ନଦୀର ସେତୁର ୭୦ ଫୁଟ ତଳକୁ ଡେଇଁ ୨ ଯୁବକ ମୃତ । ସୂଚନା ଅନୁସାରେ ୫ଜଣ ଯୁବକ କୋଲକାତା ଦ୍ଵିତୀୟ ହୁଗୁଳି ସେତୁ ନିକଟରେ ଖେଳ ଖେଳରେ ନଦୀକୁ ଡେଇଁବାକୁ କଥା ହୋଇଥିଲେ । ପରବର୍ତ୍ତୀ ସମୟରେ ୨ଜଣ ଜୀବନକୁ ପାଣି ଛଡ଼ାଇ ପାଣିକୁ ଡେଇଁଥିଲେ । ଡେଇଁବା ପରେ ୨ଜଣଙ୍କର ଆଉ ପତ୍ତା ମିଳିନଥିଲା । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଭିଡିଓ ଆଧାରରେ ଅନ୍ୟ ୩ ବନ୍ଧୁଙ୍କୁ ଗିରଫ କରିଛି ।

ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ୫ ଜଣ ସାଙ୍ଗ ଦ୍ୱିତୀୟ ହୁଗୁଳି ସେତୁରେ ଠିଆ ହୋଇ ତଳକୁ ଡେଇଁପଡ଼ିବାର ଦୃଶ୍ୟ କଏଦ ହୋଇଛି । ତେବେ ଘଟଣାଟି ଲୋକଲୋଚନକୁ ଆସିବା ପରେ ପୋଲିସ ୩ ବନ୍ଧୁଙ୍କୁ ଗିରଫ କରିଛି । ନଦୀକୁ ଡେଇଁବା ପରେ ୨ ଜଣଙ୍କର ପତ୍ତା ମିଳିନଥିଲା । ପରବର୍ତ୍ତୀ ସମୟରେ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।

Leave a Reply