spot_img

Latest Posts

ପୁଣି ଆନ୍ଦୋଳନରେ ଜୁନିୟର ଡାକ୍ତର ସଂଘ, ପ୍ରତିଶ୍ରୁତି ପୂରଣ ହୋଇନଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣାରେ ପୁଣି ତେଜିଲା ଆନ୍ଦୋଳନ। ଡାକ୍ତରଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ପୁଣି ଆନ୍ଦୋଳନ ଜାରି ରଖିଛନ୍ତି ଜୁନିୟର ଡାକ୍ତର ସଂଘ। ଗତକାଲି କୋଲକାତାରେ ଜୁନିୟର ଡାକ୍ତର ସଂଘ ପ୍ରତିବାଦ କରିଥିଲେ। ସରକାରୀ ବିରୋଧୀ ନାରା ଦେଇ ପୁଣି ଧାରଣା ଦେଇଥିଲେ ଡାକ୍ତର ସଂଘ। ଆନ୍ଦୋଳନରେ ଶତାଧିକ ସଂଖ୍ଯାରେ ଡାକ୍ତର ସାମିଲ ହୋଇଥିଲେ। ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦାଳନ ଜାରି ରଖିବାକୁ ଚେତାବନୀ ଦେଇଛି ଡାକ୍ତର ସଂଘ। ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛି ଡାକ୍ତର ସଂଘ।

ଡାକ୍ତରଙ୍କ ଦାବି ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟାର ମହଲତ ଦେଇଥିଲେ। ତେବେ ଦାବି ପୂରଣ ନହେବାରୁ ଡାକ୍ତର ସଂଘ ପୁଣିଥରେ ଆନ୍ଦୋନ ଜାରି ରଖିଛନ୍ତି। ଗତ ୧ ତାରିଖରୁ ଜୁନିୟର ଡାକ୍ତର ସଂଘର ଏହି ଆନ୍ଦୋଳନ ଜାରି ରହିଛି। ଗତ ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲରେ ଘଟିଥିଲା ଓ ଅଘଟଣ। ଦୀର୍ଘ ୪୨ ଦିନ ଧରି ଆନ୍ଦୋଳନ ପରେ ପୁଣି ସେପ୍ଟେମ୍ବର ୨୧ରେ କନିଷ୍ଠ ଡାକ୍ତରମାନେ ଆଂଶିକ କାର୍ଯ୍ୟ ଆରମ୍ଭ କରିଥିଲେ।

Latest Posts

Don't Miss