କୋଟିଆରେ କ୍ଷେତରେ ଖେଳୁଛି ବିଦେଶୀ ଫଳ

ପଟାଙ୍ଗୀ: କୋଟିଆରେ ଲାଲ ଟହ ଟହ ଷ୍ଟ୍ରବେରୀ ଚାଷ। ସ୍ୱାବଲମ୍ବୀ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଦେଶୀ ଫଳ କୁ କୋଟିଆରେ ଫଳେଇବାରେ ସଫଳ ହୋଇଛି କୋରାପୁଟ ପ୍ରଶାସନ। ଜାନୀଗୁଡା, ଡୋଳିଆମ୍ବ, ଏବଂ ନୂଆଗାଁ ପଞ୍ଚାୟତର ଗାଲିଗାବଡ଼ର ଗାଁରେ ଷ୍ଟ୍ରବେରୀ ଚାଷ। ଖୁସି ଅଛନ୍ତି ଅଞ୍ଚଳବାସୀ।

କ୍ଷେତରେ ଖେଳୁଛି ବିଦେଶୀ ଫଳ। ଲାଲ୍ ଟହ ଟହ ଷ୍ଟ୍ରବେରୀ ଚାଷରୁ ହେଉଛି ଭଲ ରୋଜଗାର। କୋଟିଆରେ ଷ୍ଟ୍ରବେରୀ ଚାଷ କରି ସ୍ବାବଳମ୍ବୀ ମହିଳା। ଜାନୀଗୁଡା, ଡୋଳିଆମ୍ବ ଏବଂ ନୂଆଗାଁ ପଞ୍ଚାୟତର ଗାଲିଗାବଡ଼ର ଗାଁରେ ବିପୁଳ ପରିମାଣରରେ ଷ୍ଟ୍ରବେରୀ ଚାଷ ହୋଇ ବିଦେଶକୁ ରପ୍ତାନି ହେଉଛି। କୋରାପୁଟ ପ୍ରଶାସନ ନିର୍ଦ୍ଦେଶରେ ଆଇଟିଡିଏ ଅଧିକାରୀ ଗାଁରେ ପହଁଚି ସ୍ଵୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କୁ ଷ୍ଟ୍ରବେରୀ ଚାଷ ପାଇଁ ପ୍ରଶିକ୍ଷଣ ଦେଇଥିଲେ। ୩ ଏକର ପାହାଡ଼ିଆ ଜମିରେ ଷ୍ଟ୍ରବେରୀ ଚାଷ କରାଯାଉଛି। ପାହାଡ଼ର ତଳ ସ୍ଥାନରେ ରହିଥିବା ଝରଣା ପାଣୀକୁ ମୋଟର ସାହାଯ୍ୟରେ ପାଣୀ ଟାଙ୍କିରେ ସଂରକ୍ଷଣ କରିବା ପରେ ସେଠାରୁ ବୁନ୍ଦା ଜଳ ସେଚନ ପଦ୍ଧତିରେ ସମସ୍ତ ଜମିକୁ ପାଣି ସଂଯୋଗ କରିବା ସହ ବିନା ସାରରେ ଜୈବିକ ପଦ୍ଧତିରେ ଚାଷ କରାଯାଇଛି।

ଗତ ବର୍ଷ ମଧ୍ଯ ଏଠାରେ ଷ୍ଟବେରୀ ଚାଷ କରାଯାଇଥିଲା। ଚଳିତ ବର୍ଷ କୋଟିଆର ବିଭିନ୍ନ ଗାଁର ମାଆ ମାନେ ଷ୍ଟ୍ରବେରୀ ଚାଷ ଦେଖି ନିଜେ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିଥିଲେ। ଆଜି ପର୍ଯ୍ୟନ୍ତ ଆଖପାଖ କୋରାପୁଟ ଜିଲ୍ଲାରେ ୧ ଲକ୍ଷ ୫୦ ହଜାର ଟଙ୍କାର ଷ୍ଟ୍ରବେରୀ ଫଳକୁ ପ୍ଲାଷ୍ଟିକ ଡ଼ବାରେ ଫ୍ଯାକିଂ କରି ବିକ୍ରୀ କରାଯାଇଛି।