ଖୋଦ୍ ମୟୁରଭଞ୍ଜରେ ବିଶ୍ୱେଶ୍ୱରଙ୍କୁ ବିରୋଧ, କୁଶ ପୁତ୍ତଳିକା ଦାହ

Central Ministrer Bishweswar Tudu In Police Station

ମୟୂରଭଞ୍ଜ:  କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ବିରୋଧ ଜାରି । ବିକ୍ଷୋଭ ସହ ପୁଣି କୁଶ ପୁତ୍ତଳିକା ଦାହ । କୁଡୁମୀ ସମ୍ପ୍ରଦାୟ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି । ସେପଟେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଅଡୁଆ ବଢିବାରେ ଲାଗିଛି । ଆଜି ମୟୂରଭଞ୍ଜ ଜିଲ୍ଲା ଯଶିପୁରରେ ବିଶ୍ବେଶ୍ବରଙ୍କ ବିରୋଧରେ ପ୍ରତିବାଦ ଦେଖିବାକୁ ମିଳିଛି ।

କୁଡୁମୀ ସମ୍ପ୍ରଦାୟର ଶତାଧିକ ପୁରୁଷ ମହିଳା ଯଶିପୁର କୁଡୁମୀ ସାଂସ୍କୃତିକ ଭବନରୁ ଏକ ପଥପ୍ରାନ୍ତ ସଭାରେ ବାହାରି କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇ ବାଦାମ ଛକ ପର୍ଯ୍ୟନ୍ତ ଯାଇ କୁଶ ପୁତ୍ତଳିକା ଦାହ କରିଛନ୍ତି କୁଡୁମୀ ସମ୍ପ୍ରଦାୟର ଲୋକ । କୁଡୁମୀ ସମ୍ପ୍ରଦାୟଙ୍କୁ ଏସଟି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଦାବି ହେଉଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଅଶାଳୀନ ମନ୍ତବ୍ୟ ନିଆଁରେ ଘିଅ ଢାଳିଛି । ଯାହାକୁ ନେଇ ପ୍ରତିବାଦ କରିଛନ୍ତି କୁଡୁମୀ ସମ୍ପ୍ରଦାୟ ।