କୁଳଡିଆ ଅଭୟାରଣ୍ୟରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବାଲେଶ୍ବର: ପ୍ରକୃତିର ମଜା ନେବାକୁ ଚାହୁଁଛନ୍ତି ? ଖୋଲିଛି ବାଲେଶ୍ୱର ନୀଳଗିରିର କୁଳଡିଆ ଅଭୟାରଣ୍ୟ। ପ୍ରାକୃତିକ ପରିବେଶ ସହିତ ବନ୍ୟଜନ୍ତୁଙ୍କୁ ଅତି ନିକଟରୁ ଦେଖିବାର ମିଳିବ ସୁଯୋଗ। ନଭେମ୍ବର ୧ରୁ ଖୋଲିଛି ଅଭୟାରଣ୍ୟ । ପ୍ରଥମ ଦିନରେ ପୁଷ୍ପ ଗୁଚ୍ଛ ଦେଇ ଏବଂ ମିଠା ଖୁଆଇ ପର୍ଯ୍ୟଟକଙ୍କୁ ସ୍ବାଗତ କରାଯାଇଥିଲା। ଅଭୟାରଣ୍ୟର ଆକର୍ଷଣ ସାଜିଛି ନେଚର୍ସ କ୍ୟାମ୍ପ । ମିଳିବ ବୋଟିଂର ସୁବିଧା।

ଚାରିଆଡେ ସବୁଜ ବନାନି। ଘଞ୍ଚ ଜଙ୍ଗଲକୁ ପକ୍ଷୀଙ୍କ କିଚିରି ମିଚିର ଶବ୍ଦ।  ନେଚର କ୍ୟାମ୍ପରେ ରାତ୍ରିଯାପନର ମଜା । ଶୀତ ଋତୁ ଆରମ୍ଭରୁ ଏସବୁ ସୁବିଧା ମିଳିବ  କୁଳଡିହା ଅଭୟାରଣ୍ୟ  । ନଭେମ୍ବର ୧ରୁ ଖୋଲିଲାଣି ବାଲେଶ୍ୱର ନୀଳଗିରିର କୁଳଡିହା ଅଭୟାରଣ୍ୟ। ପରିବାର ସହ ସମୟ ବିତାଇବାକୁ ଏଠାକୁ ପହଞ୍ଚିଲେଣି ପର୍ଯ୍ୟଟକ । କିଏ ଖାଇବାରେ ବ୍ୟସ୍ତ ତ କିଏ ଫଟୋ ଉଠାଇବାରେ ଲାଗିଛି । ଅଭୟାରଣ୍ୟ ଖୋଲିବା ପରେ  ପର୍ଯ୍ୟଟକଙ୍କୁ ପୁଷ୍ପଗୁଚ୍ଛ ଏବଂ ମିଠା ଖୁଆଇ ସ୍ଵାଗତ କରାଯାଇଥିଲା । ଅଭୟାରଣ୍ୟ ମଧ୍ୟରେ ରହିଛି ନେଚର୍ସ ପାର୍କ,  ୯ଟି ଟେଣ୍ଟ ହାଉସ୍।

ଦୀର୍ଘ ସାଢ଼େ ଚାରି ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ଖୋଲାଯିବା ପରେ ପର୍ଯ୍ୟଟକଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଅଭୟାରଣ୍ୟରେ ବିଭିନ୍ନ ବନ୍ୟଜନ୍ତୁ ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛନ୍ତି। ଭାଲୁ, ବାଘ, ହାତୀ, କୁଟୁରା, ହରିଣ, ସମ୍ବର, ବାରା ଆଦି ବନ୍ୟଜନ୍ତୁ ସମେତ ଶୁଆ, ଶାରୀ, ଚିଲ, ମୟୂର, କୁଚିଳାଖାଈ ସହ ବହୁ ବିଦେଶୀ ପକ୍ଷୀ ମଧ୍ୟ ଏଠାରେ ଦେଖିବାକୁ ମିଳନ୍ତି। ବ୍ୟସ୍ତବହୁଳ ଜୀବନରୁ ଟିକେ ସମୟ କାଢି ଏଠାକୁ ଆସି ଲୋକେ ଶାନ୍ତିରେ ପ୍ରକୃତିକୁ ମନ ଭରି ଉପଭୋଗ କରନ୍ତି ।