୧୦ ଟଙ୍କିଆ ନୋଟରେ ପ୍ରେମିକାର ମେସେଜ: ମୋତେ ନେଇଯାଅ, ୨୬ରେ ମୋ ବାହାଘର

2 min read

ନୂଆଦିଲ୍ଲୀ: ବିଶ୍ୱରେ ଭିନ୍ନ ଭିନ୍ନ ଲୋକ ଅଛନ୍ତି ଏବଂ ସେମାନଙ୍କ ଚାଲିଚଳଣି ମଧ୍ୟ ଭିନ୍ନ । କେହି କେହି ତ ଏଭଳି ଅଜବ କାମ କରି ବସନ୍ତି ଯାହା ଲୋକଙ୍କ କଳ୍ପନା ବାହାରେ ଥାଏ । ଆପଣଙ୍କୁ ୧୦ ଟଙ୍କିଆ ନୋଟ୍‌ ଉପରେ ବେଓ୍ୱଫା ସୋନମର ମେସେଜ ଭାଇରାଲ ଘଟଣା ହୁଏତ ମନେଥିବ । ଏବେ ଠିକ୍‌ ସେହିଭଳି ଏକ ଘଟଣା ପୁନର୍ବାର ସାମ୍ନାକୁ ଆସିଛି ।  ଏଥର କିନ୍ତୁ ସୋନମ ନୁହଁନ୍ତି ବରଂ ପ୍ରେମିକାର ନାଁ ହେଉଛି କୁସୁମ । କୁସୁମ ପ୍ରେମପତ୍ର ଲେଖିଛନ୍ତି ପ୍ରେମିକ ବିଶାଲକୁ, ତାହା ମଧ୍ୟ ୧୦ ଟଙ୍କିଆ ନୋଟ୍‌ ଉପରେ । ଏହି ଖବର ଟ୍ୱିଟରରେ ଖୁବ୍‌ ଭାଇରାଲ ହେଉଛି ।

 

ଟ୍ୱିଟରରେ ଭାଇରାଲ ହେଉଥିବା ଏହି ନୋଟରେ ପ୍ରେମିକା ତା ପ୍ରେମିକାକୁ ଲେଖିଛି ଚିଠି । ସେଥିରେ ଲେଖାଅଛିଯେ, ମୋ ବାହାଘର ଠିକ୍‌ ହୋଇ ଯାଇଛି, ତୁମେ ଆସି ମୋତେ ନେଇଯାଅ । ବାସ୍‌ କଥା ସେତିକି, ହେଲେ ଘଟଣା ଭାଇରାଲ । ଲୋକେ ଏହାକୁ ନେଇ ମଜାଦାର ପ୍ରତିକ୍ରିୟା ସବୁ ଦେଉଛନ୍ତି ।  ଏବେ କୁସୁମ ଏବଂ ବିଶାଲଙ୍କ ସାକ୍ଷାତ ହେଲା କି ନାହିଁ ଜଣାନାହିଁ, କିନ୍ତୁ ଏହାକୁ ନେଇ ଲୋକଙ୍କ ମସ୍ତିଷ୍କ ଅଧିକ କାମ କରୁଛି ।

 

ତେବେ ପ୍ରତିକ୍ରିୟାରେ ଜଣେ ୟୁଜର ଲେଖିଛନ୍ତିଯେ, ଟ୍ୱିଟର ତୁମେ କମାଲ ଦେଖାଅ । ୨୬ ଏପ୍ରିଲ ପୂର୍ବରୁ କୁସୁମର ଏହି ମେସେଜ୍‌ ବିଶାଳ ପର୍ଯ୍ୟନ୍ତ ପହଞ୍ଚାଇଦିଅ ।