ରାସ୍ତା କାମ ଚାଲିଥିବା ବେଳେ ଟ୍ରାକ୍ଟର ଚକା ତଳେ ଚାପି ହୋଇ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଗବଗାଁ ନିକଟରେ ଘଟିଛି ଅଘଟଣ । ଗବଗାଁ ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା କାମ ଚାଲୁଥିବା ବେଳେ ଗଚ୍ଛିତ ଥିବା ବାଲି ଟ୍ରାକ୍ଟର ମାଧ୍ୟମରେ ବୋହିବା ବେଳେ ୧୫ ଫୁଟ ପୋଲ ତଳକୁ ଖସି ପଡିଥିଲା ଟ୍ରାକ୍ଟର । ଟ୍ରାକ୍ଟର ଚକା ତଳେ ଚାପି ହେଇ ଯାଇଥିଲେ ଡ୍ରାଇଭର । ଜେସିବି ମାଧ୍ୟମରେ ଟ୍ରାକ୍ଟର ଉଠାଇବା ବେଳକୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିଲା । ମୃତକ ହେଲେ କମର୍ଦ୍ଦା ଥାନା ଡେଉଁର ଗାଁର ପଶୁପତି ଦେ । ଗ୍ରାମ୍ୟ ଉନ୍ନୟନ ବିଭାଗର କଣ୍ଟ୍ରାକ୍ଟରଙ୍କ ଖାମଖିଆଲି କାର୍ଯ୍ୟରୁ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

