ପୂର୍ବ ଲଦାଖ୍‌ର ୬ ପାହାଡ଼ ଉପରେ ଭାରତୀୟ ସେନାର କ୍ୟାମ୍ପ: ବିଚଳିତ ଚୀନ

1 min read

ନୂଆଦିଲ୍ଲୀ: ପୂର୍ବ ଲଦାଖ୍‌ରେ ଭାରତୀୟ ସେନାର ରଣନୀତି ଆଗରେ ବିଫଳ ହେବା ପରେ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (PLA) ଏବେ ବିଚଳିତ ହୋଇପଡ଼ିଛି । ଦୁଇ ଦେଶ ମଧ୍ୟରେ ଆଗାମୀ ଦିନରେ ସୈନ୍ୟ ସ୍ତରୀୟ କଥାବାର୍ତ୍ତା ହୋଇପାରିବନାହିଁ । କାହିଁକି ନାଁ ଚୀନ ତାରିଖ ଠିକ୍ କରିନାହିଁ । ଅପରପକ୍ଷରେ ଭାରତ ଗତ ୩ ସପ୍ତାହ ମଧ୍ୟରେ ୬ଟି ଉଚ୍ଚାସ୍ଥାନରେ ନିଜ କ୍ୟାମ୍ପ ପକାଇଛି । ଏହି ପାହାଡ଼ିଆ ଅଞ୍ଚଳରେ ଚୀନ ମଧ୍ୟ ପହଞ୍ଚିବାକୁ ଚାହୁଁଛି, କିନ୍ତୁ ଭାରତ ଚତୁରତା ଦେଖାଇଛି । ୨୯ ଅଗଷ୍ଟ ଦ୍ୱିତୀୟ ସପ୍ତାହ ମଧ୍ୟରେ ଏବଂ ସେପ୍ଟେମ୍ୱର ଦ୍ୱିତୀୟ ସପ୍ତାହ ମଧ୍ୟରେ ସେନା ଗୁପ୍ତଭାବେ ୬ ପ୍ରମୁଖ ହିଲ୍ ଫିଚରକୁ ନିଜ କଣ୍ଟ୍ରୋଲକୁ ଆଣିଥିଲେ ।

ଭାରତର ସଫଳତାକୁ ନେଇ ପାଗଳ ଚୀନ

ଖବର  ସରବରାହ ସଂସ୍ଥା ଏଏନ୍‌ଆଇର କହିବାନୁଯାୟୀ ଭାରତୀୟ ସେନା ୨୯ ଅଗଷ୍ଟ ଏବଂ ସେପ୍ୱମ୍ୱରର ଦ୍ୱିତୀୟ ସପ୍ତାହ ମଧ୍ୟରେ ୬ ନୂଆ ପାହାଡ଼ିଆ ଅଞ୍ଚଳରେ ପହଞ୍ଚି କ୍ୟାମ୍ପ ପକାଇଛି । କିନ୍ତୁ ଗୁରୁଙ୍ଗ, ରେଚିନ ଲା, ରେଜାଙ୍ଗ ଲା, ମୋଖପରୀ ଏବଂ ଫିଗର ୪ ନିକଟ ଆମ ଯବାନ ଉପସ୍ଥିତ ଅଛନ୍ତି । ଏହି ସ୍ଥାନ ପୂର୍ବରୁ ଖାଲି ପଡ଼ିଥିଲା ଏବଂ ଚୀନ ସେଠାରେ ପହଞ୍ଚିବା ପୂର୍ବରୁ ଭାରତୀୟ ସେନା ନିଜ ଅକ୍ତିଆର ସମ୍ପୃକ୍ତ ସ୍ଥାନଗୁଡ଼ିକୁ ନେଇସାରିଛି ।

Leave a Reply