କଟକ ଜିଲ୍ଲା କାନପୁର ଥାନା ଅଧୀନ ହଟିଆପଲ୍ଲୀରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ । ହଟିଆପଲ୍ଲୀ ଛକରେ ଅଳଙ୍କାର ଦୋକାନ କରିଥିବା କୈଳାସ ଚନ୍ଦ୍ର ପୃଷ୍ଟିଙ୍କ ଘରୁ ଲୁଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ୭ ଜଣ ଦୁର୍ବୃତ୍ତ ୩୫ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୧୮ ଲକ୍ଷ ଟଙ୍କାର ବ୍ୟାଗ ଚୋରି କରି ନେଇଥିବା କାନପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କୈଳାଶ ପୃଷ୍ଟିଙ୍କ ଝିଅ ପାଠ ପଢ଼ୁଥିବା ସମୟରେ ହଠାତ ଦୁର୍ବୃତ୍ତ ମାନେ ଘର ଭିତରେ ପଶିଯାଇ ମାରଣାସ୍ତ୍ର ଦେଖାଇ ସୁନା ଅଳଙ୍କାର ଲୁଟିଥିଲେ। ଚୋରି ବେଳର ସିସିଟିଭି ଫୁଟେଜ ମଧ୍ୟ ପୋଲିସର ହସ୍ତଗତ ହୋଇଛି । କାନପୁର ପୋଲିସ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ କରୁଛି । ଏହା ସହ ଡଗ ସ୍କ୍ୱାଡ ଆଣି ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି କାନପୁର ଥାନା ଅଧିକାରୀ ତପନ ନାୟକ ।

