କରୋନା ପାଇଁ ବାଣକୁ ବାରଣ, ହେଲେ ମାନୁ ନାହାନ୍ତି କିଛି ଅମାନିଆ

ଖୋର୍ଦ୍ଧା ବେଗୁନିଆରେ ବିପୁଳ ପରିମାଣର ବାଣ ତିଆରି ବିସ୍ଫୋରକ ଜବତ ହୋଇଛି । ଘଟଣାରେ ଜଣକୁ ଗିରଫ କରିଛି ବେଗୁନିଆ ପୋଲିସ୍  । ଗିରଫ ବ୍ୟକ୍ତିଜଣକ ହେଲେ କଣ୍ଟାବାଡ ଗାଁର କାଶିନାଥ ମହାପାତ୍ର । କାଶିନାଥଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ବାଣ ,ବାଣ ତିଆରି ସାମଗ୍ରୀ ଏବଂ ବାରୁଦ ଜବତ ହୋଇଛି ।

ମହାମାରୀ ଯୋଗୁ ଚଳିତବର୍ଷ ବାଣଫୁଟାଇବାକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । ତେବେ କାଶିନାଥ ବେଆଇନ୍ ଭାବେ ବାଣ ତିଆରିକରି ଅନ୍ୟଘରେ ଲୁଚାଇ ରଖିଥିବାର ପୋଲିସ୍ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଚଢାଉ କରିଥିଲା । କାଶୀନାଥଙ୍କ ନାଁ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବା ପୋଲିସ୍ ସୂଚନା ଦେଇଛି  ।

ସପଟେ ଗମ୍ଭାରୀମୁଣ୍ଡା ପଦ୍ମପୁର ଗାଁରୁ ୪ ଲକ୍ଷ ଟଙ୍କାର ବାଣ ଜବତ । ଵେଆଇନ ବାଣ ମହଜୁଦ୍ କରିଥିବା ଅଭିଯୋଗରେ ବାଣପୁର ପୋଲିସ୍ ଜଣଙ୍କୁ ଗିରଫ କରିଛି । ଗାଁର ଅଶୋକ ପାତ୍ରଙ୍କ ଘରେ ଚଢାଉ କରି ବାଣ ଜବତ କରିଛି ପୋଲିସ । ଘଟଣାରେ ଅଶୋକ ପାତ୍ରଙ୍କୁ ଗିରଫ କରିଛି ପୋଲିସ । ଅଶୋକ ଦୀର୍ଘଦିନ ହେବ ବେଆଇନ ଭାବେ ବାଣ ବ୍ୟବସାୟ କରୁଥିବା ବେଳେ, ଖବରପାଇ ପୋଲିସ ଚଢାଉ କରିଥିଲା ।

ଗଞ୍ଜାମ ଜିଲ୍ଲାରେ ମଧ୍ୟ ପାଟପୁର ଥାନା ଡେଙ୍ଗାଉସ୍ତାରେ ଥିବା ବେଆଇନ ବାଣ ଦୋକାନ ଗୋଦାମରେ ଚଢ଼ାଉ । ବିଳମ୍ବିତ ରାତିରେ ବାଣ ଦୋକାନରେ ଚଢ଼ାଉ କରି ବିପୁଳ ପରିମାଣ ର ବାଣ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି  ପାଟପୁର ପୋଲିସ ।

Leave a Reply