ଦିଲ୍ଲୀ AIIMSକୁ ସ୍ଥାନାନ୍ତର ହେବେ ଲାଲୁ

1 min read
Fodder Scam RJD Supremo Lalu Prasad Yadav Get Bail From Jharkhand High Court

ରାଞ୍ଚି: ଦିନକୁ ଦିନ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ବର୍ତ୍ତମାନ ଲାଲୁ ରାଞ୍ଚିର ରିମ୍ସ ହସ୍ପିଟାଲରେ ଭର୍ତ୍ତ ଅଛନ୍ତି। ତେବେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିବାରୁ ତାଙ୍କୁ ଦିଲ୍ଲୀ AIIMSକୁ ସ୍ଥାନାନ୍ତର କରାଯିବାକୁ ପ୍ରସ୍ତୁତି ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ଏକ ୮ ଜଣିଆ ମେଡିକାଲ ବୋର୍ଡ ଗଠନ କରାଯାଇଛି। ଏଥିରେ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରମାନେ ଅଛନ୍ତି। ରିପୋର୍ଟ ଦେଖିବା ପରେ ମେଡିକାଲ ବୋର୍ଡ଼ ଲାଲୁଙ୍କୁ ଦିଲ୍ଲୀ AIIMS ପଠାଇବାକୁ ପରାମର୍ଶ ଦେଇଛି। ଆଜି ଅପରାହ୍ନ ୫ ଟାରେ ଚାର୍ଟାର୍ଡ଼ ​​ବିମାନ (ଏୟାର ଆମ୍ବୁଲାନ୍ସ) ଯୋଗେ ତାଙ୍କୁ ଦିଲ୍ଲୀ ଅଣାଯିବ।

ଗତକାଲି ବିଳମ୍ବିତ ରାତିରେ ଲାଲୁଙ୍କ ପତ୍ନୀ ରାବଡ଼ି ଦେବୀଙ୍କ ସହ ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବ ପ୍ରମୁଖ ଲାଲୁଙ୍କୁ ଭେଟିଥିଲେ। ତେଜସ୍ୱୀଙ୍କ ସୂଚନା ଅନୁସାରେ, ଲାଲୁଙ୍କ କିଡନୀର ୨୫ ପ୍ରତିଶତ କାମ କରୁଛି। ପୂର୍ବରୁ ହାର୍ଟ ସର୍ଜରୀ ହୋଇଛି। ଏବେ ଫୁସଫୁସରେ ପାଣି ଜମିଥିବାରୁ ଚିନ୍ତା ବଢ଼ିଛି।

ସୂଚନାଯୋଗ୍ୟ, ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଯାଦବ ଦୀର୍ଘ ଦିନ ଧରି ରାଞ୍ଚି ରିମ୍ସରେ ଚିକିତ୍ସିତ ହେଉଛନ୍ତି।

Leave a Reply