spot_img

Latest Posts

ବନ୍ଦର ସହର ପାରାଦୀପରେ ଜମି ମାଫିଆଙ୍କ ରାଜ; ଅନାବାଦୀ ଓ ଗୋଚର ଜମିକୁ ପ୍ଲଟିଂ କରି କରୁଛନ୍ତି ବିକ୍ରି

ବନ୍ଦର ସହର ପାରାଦୀପରେ ଜମି ମାଫିଆଙ୍କ ରାଜ; ଅନାବାଦୀ ଓ ଗୋଚର ଜମିକୁ ପ୍ଲଟିଂ କରି କରୁଛନ୍ତି ବିକ୍ରି

ନନ୍ଦିଘୋଷ ବ୍ୟୁରୋ: ଜମି ମାଫିଆମାନଙ୍କ ଭୂସ୍ବର୍ଗ ପାଲଟିଛି ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦୀପର ଆଖପାଖ ଅଞ୍ଚଳ । ଅନାବାଦୀ ଓ ଗୋଚର ଜମିକୁ ଏମାନେ ଟାର୍ଗେଟ କରିବା ସହିତ ପ୍ଲଟିଂ କରି କୋଟି କୋଟି ଟଙ୍କାର ମୁନାଫା କମାଉଛନ୍ତି । ମାତ୍ର ଜିଲ୍ଲା ଓ ତହସିଲ ପ୍ରଶାସନ ଏଥିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ନିରବ ରହି ଜମି ମାଫିଆଙ୍କୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି । ଏଭଳି ଏକ ଘଟଣା ଏବେ ପାରାଦ୍ଵୀପ ଗଡ଼ ପଞ୍ଚାୟତର ନିମିଢିହି ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଅନାବାଦୀ ଜାଗା କହି ଏକର ଏକର ଗୋଚର ଜମିକୁ ବିକ୍ରି କରି କୋଟି କୋଟି ଟଙ୍କା ଠକି ନେଇଛନ୍ତି ଗାଁ କମିଟିର କିଉ ସଦସ୍ୟ । ଜାଗା କିଣି ଠକାମୀରେ ଶୀକାର ହୋଇଥିବା ଲୋକେ ଏବେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ପାରାଦୀପ ଗଡ ପଞ୍ଚାୟତ ନିମିଢୀ ଗ୍ରାମରେ ରହିଛି ଏକର ଏକର ଗୋଚର ଜମି । ଏହି ଜମିକୁ ଅନାବାଦୀ ଓ ଠାକୁରାଣୀଙ୍କ ଜାଗା ଦର୍ଶାଇ ପ୍ଲଟିଂ କରି ବିକ୍ରି କରାଯାଉଛି । ଲୋକେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି  କୋଠା ଘର ନିର୍ମାଣ କରିଥିବା ବେଳେ ଏବେ ଗୋଚର ବୋଲି ଜାଣିବାକୁ ପାଇ ନିମିଢୀ ଗାଁ କମିଟି ସଦସ୍ୟଙ୍କ ନାମରେ ଅଭିଯୋଗ ଆଣିଛନ୍ତି ।

ଗୋଚରକୁ ଲାଗି ରହିଥିବା ଜମାବନ୍ଦି ଜାଗାର ଲୋକେ ଏନେଇ କୁଜଙ୍ଗ ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏବେ ଗୋଚରକୁ ନେଇ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି । ଜମାବନ୍ଦି ଜାଗାର ଲୋକେ ଥାନାରେ ଏକ ଏତଲା ଦେବା ସହିତ ଗୋଚର ଉପରେ ଘର ନିର୍ମାଣ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Latest Posts

Don't Miss