ମାଓବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ; ଲ୍ୟାଣ୍ଡମାଇନ ବିସ୍ଫୋରଣ, ବର୍ତ୍ତିଲେ ଯବାନ

ମାଲକାନଗିରି: ବିସ୍ଫୋରଣ ହେଲା ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ । ଛତିଶଗଡ଼ ସୁକୁମା ଅଞ୍ଚଳର ଥିବା ନିପ୍ପା ଜଙ୍ଗଲରେ ଏପରି ଷଡଯନ୍ତ୍ର ରଚିଥିଲେ ଲାଲବାହିନୀ । ମାଟିତଳେ ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ଯବାନ ।

ଯବାନଙ୍କୁ ଟାର୍ଗେଟ କରି ନିପ୍ପା ଜଙ୍ଗଲରେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ । କିନ୍ତୁ ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲେ ମଧ୍ୟ ଯବାନଙ୍କର କୌଣସି ପ୍ରକାର କ୍ଷତି ଘଟିନଥିବା ସୂଚନା ମିଳିଛି । ସୁକୁମା ଅଞ୍ଚଳରେ ମାଓ ଉତ୍ପାତ ବଢିଚାଲିଥିଲା ବେଳେ ଅପରେସନ ମଧ୍ୟ ଜୋରଦାର କରିଛନ୍ତି ଯବାନ ।

ଜଙ୍ଗଲ ମଧ୍ୟରେ ଅତି ଚତୁରତାର ସହ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ । ଯବାନଙ୍କର ବଡ଼ ଧରଣର କ୍ଷତି ଘଟାଇବା ପାଇଁ ଏପରି ଷଡ଼ଯନ୍ତ୍ର ରଚାଯାଇଥିଲା । କିନ୍ତୁ ଉକ୍ତ ସ୍ଥାନରେ ଲ୍ୟାଣ୍ଡମାଇନ ରଖାଯାଇଥିବା ନେଇ ପୂର୍ବରୁ ସୂଚନା ପାଇଥିଲେ ଯବାନ । ଫଳରେ ଲାଲବାହିନୀର ଷଡଯନ୍ତ୍ରଙ୍କୁ ପଣ୍ଡ କରିବା ସହ ଲ୍ୟାଣ୍ଡମାଇନ ଉଦ୍ଧାର କରି କ୍ଷତି ଘଟାଇଛନ୍ତି ଯବାନ ।

Leave a Reply