Pampore Encounter: ପାମ୍ପୋର ଏନକାଉଣ୍ଟରରେ ଲସ୍କରର ଟପ୍ କମାଣ୍ଡର ନିହତ

ଶ୍ରୀନଗର: କାଶ୍ମୀରର ପୁଲଓ୍ୱାମା ଜିଲ୍ଲାର ପାମ୍ପୋରର ଦଗ୍ରବାଲ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଲସ୍କରର ଟପ୍ କମାଣ୍ଡର ଉମର ମୁସ୍ତାକ ଖାଣ୍ଡେ ସମେତ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଉମର ପୋଲିସର ହିଟ୍ ଲିଷ୍ଟରେ ଥିଲା । ଗତବର୍ଷ ଉମର ଦୁଇ ଜଣ ପୋଲିସ ଯବାନଙ୍କୁ ହତ୍ୟା କରିଥିଲା । ଏହାପରଠାରୁ ସେ ପୋଲିସର ହିଟ୍ ଲିଷ୍ଟକୁ ଆସିଥିଲା ।

ପୋଲିସ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଲସ୍କର ଆତଙ୍କବାଦୀ ମୁସ୍ତାକ ଖାଣ୍ଡେକୁ ପାମ୍ପୋର ଏନକାଉଣ୍ଟରେ ହତ୍ୟା କରାଯାଇଛି । ମହମ୍ମଦ ୟୁସୁଫ ଓ ସୁହେଲ ନାମକ ଦୁଇ ଜଣ ପୋଲିସ କର୍ମଚାରୀ ଗତ ବର୍ଷ ଚା’ ପିଉଥିବା ବେଳେ ମୁସ୍କାକ ସେମାନଙ୍କୁ ଗୁଳି କରି ହତ୍ୟା କରିଥିଲା । ଏନକାଉଣ୍ଟରରେ ମୁସ୍ତାକ ସହିତ ଆଉ ଜଣେ ଆତଙ୍କବାଦୀ ମଧ୍ୟ ପ୍ରାଣ ହରାଇଛି ।
ଅକ୍ଟୋବର ୮ରୁ ଆଜି ପର୍ଯ୍ୟନ୍ତ ୧୧ ନିହତ
ଅକ୍ଟୋବର ୮ ତାରିଖରୁ ୧୬ ତାରିଖ ମଧ୍ୟରେ ୧୧ ଜଣ ଆତଙ୍କବାଦୀ ପ୍ରାଣ ହରାଇଲେଣି । ଅନ୍ୟପକ୍ଷରେ ଏହି ସମୟରେ ୫ ଜଣ ସୁରକ୍ଷା କର୍ମୀ ମଧ୍ୟ ସହିଦ ହୋଇଛନ୍ତି ।
ଏମିତି ହୋଇଥିଲା ଏନକାଉଣ୍ଟର ।

ମୁସ୍ତାକ ଏକ ତିନି ମହଲା ଘରେ ଲୁଚିଥିବା ଖବର ପାଇ ସୁରକ୍ଷାବଳ ସମ୍ପୃକ୍ତ ଏରିଆକୁ ଘେରାଉ କରିଥିଲେ । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏନକାଉଣ୍ଟର ଶନିବାର ଦିନ ସରିଥିଲା । ଘର ଭିତରୁ ମୁସ୍ତାକ ସୁରକ୍ଷା ବାହିନୀ ଉପରୁ ଗୁଳି ମାଡ କରିଥିଲା । ପ୍ରତ୍ୟୁତରରେ ସୁରକ୍ଷାବଳ ମଧ୍ୟ ଗୁଳିମାଡ଼ କରିଥଲେ ।

Leave a Reply