କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ମାଲିଙ୍ଗା

1 min read
Lasith Malinga announces retirement from all forms of cricket

କଲୋମ୍ବ: କ୍ରିକେଟକୁ ବାଏ ବାଏ କଲେ ଶ୍ରୀଲଙ୍କାର ଦ୍ରୁତ ବୋଲର୍ ଲାସିତ୍ ମାଲିଙ୍ଗା । ସେ ସବୁ ଫର୍ମାଟରୁ ଅବସର ନେଇଥିବା ନେଇ ସୋସିଆଲ ମିଡିଆରେ ଜଣାଇଛନ୍ତି । ମାଲିଙ୍ଗାଙ୍କ ଅନେକ ଫ୍ୟାନ, ଫୋଲର୍ସ ରହିଥିବାବେଳେ ତାଙ୍କ ଅବସର କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ମାଲିଙ୍ଗା ତାଙ୍କର କ୍ରିକେଟ୍ କ୍ୟାରିୟର ମଧ୍ୟରେ ୩୦ଟି ଟେଷ୍ଟ ମ୍ୟାଚ, ୨୨୬ଟି ଦିନିକିଆ ଓ ୮୪ଟି ଟି-୨୦ ମ୍ୟାଚ୍ ଖେଳି ମୋଟ ୫୪୬ଟି ଓ୍ବିକେଟ୍ ହାସଲ କରିଛନ୍ତି ।

Lasith Malinga announces retirement from all forms of cricket

ମାଲିଙ୍ଗା ନିଜର ଶେଷ ମ୍ୟାଚ୍ ୨୦୨୦ ମାର୍ଚ୍ଚ ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ । ଅନେକ ବିଶ୍ବକପ ମଧ୍ୟ ଶ୍ରୀଲଙ୍କା ଟିମ୍ ପାଇଁ ଖେଳିଛନ୍ତି ମାଲିଙ୍ଗା । ଅବସର ଘୋଷଣା ସମୟରେ ନିଜର ସାଥୀ ଖେଳାଳି ଓ ଫ୍ୟାନମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

 

୩୮ ବର୍ଷୀୟ ମାଲିଙ୍ଗା ୨୦୧୪ରେ ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ମାଲିଙ୍ଗା ଅବସର ଘୋଷଣା ସହ ଟ୍ୱିଟ୍ କରି ଲେଖିଛନ୍ତି, ମୁଁ ଟି-ଟ୍ୱେଣ୍ଟି ଜୋତାକୁ କ୍ରିକେଟର ସବୁ ଫର୍ମାଟରୁ ଟାଙ୍ଗି ଦେଉଛି । ମୁଁ ଟି-ଟ୍ୱେଣ୍ଟି ବୋଲିଂ ଜୋତାକୁ ଶତପ୍ରତିଶତ ବିଶ୍ରାମ ଦେବାକୁ ଚାହୁଁଛି । ମୋ ଜୋତା ବିଶ୍ରାମ ନେବ, ଖେଳ ପ୍ରତି ଥିବା ଭଲ ପାଇବା କେବ ନୁହେଁ ।

Leave a Reply