spot_img

Latest Posts

ଚଳିତ ବର୍ଷର ଶେଷ ‘ଚନ୍ଦ୍ର ଗ୍ରହଣ’; ଜାଣନ୍ତୁ କିଭଳି ପ୍ରଭାବ ପଡିବ…

ନୂଆଦିଲ୍ଲୀ: ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ‘ଚନ୍ଦ୍ର ଗ୍ରହଣ’ ନଭେମ୍ବର ୧୯ ତାରିଖରେ ଲାଗିବାକୁ ଯାଉଛି। ତେବେ ଏହା ପୂର୍ବରୁ ଗତ ମେ ମାସରେ ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗି ସାରିଛି।

ଆଉ ଏବେ ଶେଷ ଚନ୍ଦ୍ର ଗ୍ରହଣ ନଭେମ୍ବର ୧୯ ତଥା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପଡୁଛି । ଧର୍ମର ମାସ କାର୍ତ୍ତିକ ପୂର୍ଣ୍ଣିମାକୁ ନେଇ ଜ୍ୟୋତିଷ ଶାସ୍ତ୍ରରେ ଖୁବ୍ ମହତ୍ୱ ରହିଛି । ଏଭଳି ସ୍ଥଳେ ଚନ୍ଦ୍ର ଗ୍ରହଣ ଲୋକଙ୍କ ଜୀବନ ଉପରେ ପ୍ରଭାବ ମଧ୍ୟ ପକାଇବ।  ଏହା ଆଶିଂକ ଚନ୍ଦ୍ର ଗ୍ରହଣ ହୋଇଥିବାରୁ ଦେଶର ଅଧିକାଂଶ ସ୍ଥାନରେ ଦେଖାଯିବ ନାହିଁ। କେବଳ ଆସାମ ଓ ଅରୁଣାଚଳ ପ୍ରଦେଶର କିଛି ଅଂଶରେ ଦୃଶ୍ୟମାନ ହେବ।

ଚଳିତ ଥର ଆଶିଂକ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ସୁତକ କାଳ ରହିବ ନାହିଁ। ଗଙ୍ଗା ସ୍ନାନ ଓ ଦୀପ ଦାନ ଭଳି ଧାର୍ମିକ କାର୍ଯ୍ୟ ଏହି ଦିନରେ କରିହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନଭେମ୍ବର ୧୯ ତାରିଖ ଶୁକ୍ରବାର ଦିନ ପଡୁଥିବା ଚନ୍ଦ୍ର ଗ୍ରହଣ ଭାରତୀୟ ସମୟାନୁସାରେ ସକାଳ ୧୧ଟା ୩୦ମି.ରୁ ଲାଗୁହୋଇ ସନ୍ଧ୍ୟା ୫ଟା ୩୩ମି.ରେ ସରିବ।

ତେବେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ବୃଷ ରାଶିରେ ଲାଗିବାକୁ ଯାଉଛି। ଯେଉଁଥିପାଇଁ ଏହି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପଡିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ପରେ ସେମାନଙ୍କୁ କିଛି ଦାନ କରିବାକୁ ପଡିବ । ଯାହା ଫଳରେ ଅଶୁଭ ପ୍ରଭାବ କିଛିଟା  କମ୍ ହେବ ।

Latest Posts

Don't Miss