ପଞ୍ଚଭୂତରେ ଲିନ ହେଲେ ସଙ୍ଗୀତ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ

ପୁରୀ: ପଞ୍ଚଭୂତରେ ଲିନ ହେଲେ ସଙ୍ଗୀତ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ। ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ ହୋଇଛି । ବିଶିଷ୍ଟ କଣ୍ଠଶିଳ୍ପୀଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଦିଆଯାଇଛି ବିଦାୟ। ଶେଷକୃତ୍ୟ ପୂର୍ବରୁ ପୋଲିସ୍ ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର୍ ପ୍ରଦାନ କରଯାଇଥିଲା। ମୁଖାଗ୍ନି ଦେଇଛନ୍ତି ତାଙ୍କ ବଡପୁଅ ଅବିନାଶ ଛୋଟରାୟ । ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଶାନ୍ତି ଲତାଙ୍କୁ ବିଦାୟ ଦେବା ପାଇଁ ସ୍ବର୍ଗ ଦ୍ୱାରରେ ଶହ ଶହ ଲୋକଙ୍କ ଭିଡ ଜମିଥିଲା । ଶାନ୍ତିଲତାଙ୍କ ବନ୍ଧୁ, ପରିବାରବର୍ଗ, ପ୍ରଶଂସକ, ଅନେକ କଣ୍ଠଶିଳ୍ପୀ ମଧ୍ୟ ଶେଷ ଦର୍ଶନ କରିଥଲେ। ପୁରୀ ସଂସଦୀୟ ଲୋକସଭା ପାର୍ଥୀ ଅରୂପ ପଟ୍ଟନାୟକ ପହଞ୍ଚି ଶନ୍ତିଲତାଙ୍କ ଶେଷ ଦର୍ଶନ କରିଛନ୍ତି । ଶାନ୍ତିଲତା ସବୁ ବେଳେ ଓଡ଼ିଶା ଓ ଜଗନ୍ନାଥ ସଂସ୍କୃତୀର ପ୍ରଚାର ପ୍ରସାର ପାଇଁ ଗୀତ ମାଧ୍ୟ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ସ୍ବାମୀ ବସନ୍ତ ଛୋଟରାୟ ।