ସତରେ କ’ଣ ଲତା ସହି ପାରୁନଥିଲେ ଆଶାଙ୍କ ସଫଳତା ?

ନନ୍ଦିଘୋଷ ବ୍ୟୁରୋ: ଲତା ମଙ୍ଗେସକର। ଏହି ନାଁ ପ୍ରତ୍ୟକଟି ଭାରତୀୟଙ୍କ ହୃଦୟରେ ଛପିଯାଇଛି । ସୂର ସମ୍ରାଜ୍ଞୀ କୁହ କି କୋକିଳ କଣ୍ଠି, ଲତା ମଙ୍ଗେସକରଙ୍କର ଜଣେ ଏମିତି ମହାନ ବ୍ୟକ୍ତିତ୍ୱ ଯାହାଙ୍କର କୌଣସି ବିକଳ୍ପ ନାହାଁନ୍ତି । ନା ତାଙ୍କ ପରି କିଏ ଅଛି ନା କେବେ ଆସିବେ । ହଜାର ହଜାର ଗୀତରେ ନିଜର ସୁମଧୂର କଣ୍ଠ ଦେଇଥିବା ଲତା ପ୍ରତ୍ୟେକ ପିଢିର ପସନ୍ଦ। ସାତ ସୂରର ମଲ୍ଲିକା ଲତା ଆଜି ଏ ଦୁନିଆରେ ନାହାଁନ୍ତି ସତ, କିନ୍ତୁ ତାଙ୍କ ସ୍ୱର ଜରିଆରେ ସେ ସବୁବେଳେ ଅମର। ୩୬ଟି ଭାଷାରେ ପ୍ରାୟ ୩୦ ହଜାର ଗୀତ ଗାଇଥିବା ଲତା ଦିଦିଙ୍କ ସଫଳତା ସିଧା ଆକାଶକୁ ଛୁଇଁଥିଲା । ଭାରତରେ ଅନେକ ତାଙ୍କୁ ଦେବୀ ସରସ୍ୱତୀଙ୍କ ଚଳନ୍ତି ପ୍ରତିମା ଭାବେ ପୂଜା କରନ୍ତି। କିନ୍ତୁ ଆପଣ ଜାଣନ୍ତି ଏମିତ ଏକ ସମୟ ଥିଲା ଯେତେବେଳେ ତାଙ୍କ ଉପରେ ଅଭିଯୋଗ ଲାଗିଥିଲା ଯେ ସେ ଚାହୁଁନଥିଲେ ଯେ ତାଙ୍କ ସାନ ଭଉଣୀ ଆଶାଙ୍କୁ ବେଶି ସଫଳତା ମିଳୁ। ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଅନେକ ଲତାଙ୍କୁ ସ୍ୱାର୍ଥପର ମଧ୍ୟ କହିବାକୁ ଲାଗିଲେ ।

ହେଲେ ଏ ଚର୍ଚ୍ଚାରେ ସେତେବେଳେ ପୂର୍ଣ୍ଣଛେଦ ପଡ଼ିଥିଲା ଯେତେବେଳେ ଲତା ଓ ଆଶାଙ୍କ ଭଉଣୀ ମୀନା ତାଇ ସାମ୍ନାକୁ ଆସିଥିଲେ ଆଉ ଦୁଇ ଭଉଣୀଙ୍କ ସମ୍ପର୍କ ଉପରୁ ପରଦା ଉଠାଇଥିଲେ । ଏକ ସାକ୍ଷାତକାରରେ ମୀନା ତାଇ କହିଥିଲେ ଯେ ଏମିତି କିଛି ବି ନାହିଁ । ଜଣେ କଳାକାରଙ୍କର ଯେତେ ପ୍ରଶଂସକ ଥାନ୍ତି, ସେତେ ଶତ୍ରୁ ମଧ୍ୟ ଥାନ୍ତି । ଆଉ ସେହି ଶତ୍ରୁମାନେ ଚାହୁଁଥିଲେ ଯେ ଏହି ଦୁଇ ଭଉଣୀ ଯେମିତି ଅଲଗା ହୋଇଯାଆନ୍ତୁ। ସେଥିପାଇଁ ଦୁହିଁଙ୍କ ଭିତରେ ଝଗଡା ଲଗାଇବାକୁ ଚେଷ୍ଟା କରୁଥିଲେ।” ମୀନା ତାଇ ଆହୁରି କହିଥିଲେ- “ଲୋକଙ୍କୁ କିଛି ତ ଦରକାର ନା, ତାଙ୍କର ଏତେ ନାଁ ହେଉଛି ଏତେ ସଫଳତା ମିଳୁଛି ତାଙ୍କୁ ବଦନାମ କରିଦିଅ । ଲତାଙ୍କ ନାଁକୁ ଖରାପ କରିବା ପାଇଁ ଏ ସବୁ ମିଛ ଗୁଜବ ପ୍ରଚାର କରାଯାଇଥିଲା”। ଆଶା ବାହାହେବା ପରେ ତ ଆଉ ସେ ଆସି ଆମ ଘରେ ରହିପାରିବେନି, ସେଥିପାଇଁ ସେ ନିଜ ଘରେ ରୁହନ୍ତି । ଉଭୟ ଭଉଣୀ ପରସ୍ପରକୁ ନେଇ କେବେ ବି ଖରାପ ଚିନ୍ତା କରିନାହାଁନ୍ତି। ସେମାନଙ୍କ ସମ୍ପର୍କ ବହୁତ ଭଲ । ଦୁହେଁ ପରସ୍ପରକୁ ବହୁତ ଭଲପାଆନ୍ତି। ଲେକେ କେତେ ବି କୁହନ୍ତୁ ଯେ ଆଶା ଆମଠୁ ଦୂରେଇଯାଇଛି, କିନ୍ତୁ ଆମେ ସବୁ ଏକାଠି ଖୁସିରେ ଅଛୁ।”

Leave a Reply