spot_img

Latest Posts

ଚାଲିଗଲେ ପ୍ରଫୁଲ୍ଲ କର, ୮୩ ବର୍ଷ ବୟସରେ ଆଖି ବୁଜିଲେ

ଭୁବନେଶ୍ୱର: ଆଖି ବୁଜିଲେ ବିଶିଶ୍ଟ ସଂଗୀତଜ୍ଞ ପ୍ରଫୁଲ କର  । ୮୩ ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି ସଙ୍ଗୀତ ଯାଦୁକର  । ଶହ ଶହ ସୁମଧୁର ଗୀତରେ ଓଡ଼ିଆ ଦର୍ଶକଙ୍କୁ ବାନ୍ଧି ରଖିଥିବା ଏହି କିମ୍ବଦନ୍ତୀ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ଆଖି ବୁଝିଛନ୍ତି  ।  ରବିବାର ରାତି ୯.୩୦ରେ ପ୍ରଫୁଲ କରଙ୍କ ଦେହାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁତ୍ର ମହାଦୀପ କର  ।

ଭୁବନେଶ୍ୱର ସତ୍ୟନଗର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି  । ସଂଗୀତ ସାଧକ ପ୍ରଫୁଲ କରଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ ଭାରତ ସରକାର  । ଯେଉଁଥିପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା  । ଓଡ଼ିଶାରେ ଓଡ଼ିଆ ସଙ୍ଗୀତର ବୀଜ ଅଙ୍କୁରୋପଣ କରିବାରେ ପ୍ରଫୁଲ୍ଲ କରଙ୍କ ରହିଛି ଅତୁଳନୀୟ ଅବଦାନ  ।

 ୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ପ୍ରଫୁଲ୍ଲ କର।  ପିତାଙ୍କ ନାମ ପିତା ବୈଦ୍ୟନାଥ କର ଓ ମାତା ସୁଶିଳା କରଙ୍କ ସନ୍ତାନ ଥିଲେ ପ୍ରଫୁଲ୍ଲ କର । ତାଙ୍କ ପରିବାରରେ ସଂଗୀତମୟ ପରିବେଶ ଥିଲା । ସମଗ୍ର ପରିବାର ହିଁ ତାଙ୍କର ଥିଲା ସଙ୍ଗୀତର ଆସର  । ବାଲ୍ୟକାଳରୁ ପ୍ରଫୁଲ୍ଲ କର ଏହି ସବୁ ସଙ୍ଗୀତଜ୍ଞମାନଙ୍କୁ ଶୁଣିବାର ସୁଯୋଗ ପାଇଥିଲେ ଓ ଏହାର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା । ପିଲାବେଳୁ ସେ ନିଜ ପିତାଙ୍କୁ ହରାଇଥିଲେ ଏବଂ ମାମୁଁ ଘରେ ତାଙ୍କର ଲାଳନ ପାଳନ ହୋଇଥିଲା ।

ପ୍ରଫୁଲ୍ଲ କର ପ୍ରାୟ ୭୦ରୁ ଅଧିକ ଓଡ଼ିଆ ସିନେମା ଓ ୪ଟି ବଙ୍ଗଳା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ତଥା ପାରମ୍ପାରିକ ଓଡ଼ିଶୀ ଲୋକଗୀତର ବହୁଳ ବ୍ୟବହାର ଦେଖିବାକୁ ମିଳେ । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସେ ୮ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି ।

ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଅନୁରାଧା ପୌଡ଼ୱାଳ, ଊଷା ମଙ୍ଗେସକର, କବିତା କୃଷ୍ନାମୁର୍ତୀ, ସୁରେସ ୱାଡେକର, ମହମ୍ମଦ ଅଜିଜ, ଅମିତ କୁମାର, ବାଣି ଜୟରାମ, ଏସ.ଜାନକୀ, ଆର. ସୁଶୀଳା, ଚିତ୍ରା, ସ୍ୱର୍ଣଲତା, ୟେଶୁ ଦାସ, ଏସ.ପି. ବାଳସୁବ୍ରମଣୟମ, ମନୁ, ଆରତୀ ମୁଖର୍ଜୀ,ନିର୍ମଳା ମିଶ୍ର, ସିପ୍ରା ବୋଷ, ଅଜୟ ଚକ୍ରବର୍ତି, ହୈମୟନ୍ତି ଶୁକ୍ଳା ପ୍ରଭୃତି ବହୁ ଜାତୀୟ ସ୍ଥରର ଗାୟକମାନେ  ଓଡ଼ିଆ ସିନେମା କଣ୍ଠଦାନ କରିଥିଲେ  ।

 

Latest Posts

Don't Miss