ଷଣ୍ଢପଲ କଲେ ସଭା ଭଣ୍ଡ

1 min read

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଅଭିଯୋଗ ସଂପର୍କରେ ଗାଁ ଲୋକଙ୍କ କଥା କେହି ନଶୁଣିବାରୁ ସେମାନେ ବ୍ଲକ୍ ହତାରେ ଶତାଧିକ ବୁଲା ଷଣ୍ଢଙ୍କୁ ଛାଡ଼ିଦେଇଛନ୍ତି ।

ଏ ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆଜି ଜନଶୁଣାଣି ପାଇଁ ରାଜନଗର ଆସିଥିଲେ । ମାତ୍ର ରାଜନଗରରେ ଅନେକ ଦିନ ଧରି ବୁଲା ଷଣ୍ଡଙ୍କ ପ୍ରଦୃଭାବ ନିରାକରଣ ନେଇ ଲୋକେ କହୁଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ ।

ଜିଲ୍ଲାପାଳଙ୍କୁ ଏ ସଂପର୍କରେ ଅବଗତ କରାଇଥିଲେ ମଧ୍ୟ ସେ କିଛି ନବୁଝିବାରୁ ଗାଁ ଲୋକେ ଶତାଧିକ ଷଣ୍ଢଙ୍କୁ ଧରି ବ୍ଲକ୍ ହତାରେ ପ୍ରବେଶ କରିଥିଲେ । ଏହାପରେ ସେଠାରେ ଚାଲିଥିବା ଜନଶୁଣାଣି ଏକ ପ୍ରକାର ଠପ୍ ହୋଇଯାଇଛି । ରାଜନଗରବାସୀଙ୍କ ଏଭଳି ଷଣ୍ଢ ଉପାଖ୍ୟାନକୁ ନେଇ ସମସ୍ତେ ତାଜୁବ୍ ହୋଇଛନ୍ତି । ଖୋଦ୍ ଜିଲ୍ଲାପାଳ ମଧ୍ୟ ଗାଁ ଲୋକଙ୍କ ଏଭଳି ପ୍ରତିବାଦକୁ ସହଜରେ ବୁଝିପାରିନାହାନ୍ତି  । ଷଣ୍ଢ ପଲ ବ୍ଲକ୍ ମଧ୍ୟରେ ପ୍ରବେଶ କରିବା ପରେ ସଭା ଆପେ ଆପେ ଭଣ୍ଡୁର ହୋଇଯାଇଥିଲା ।

  ')}

Leave a Reply