ବୋଟଲିଂ ପ୍ଳାଣ୍ଟ ଓ ବିୟର ଫ୍ୟାକ୍ଟ୍ରି ଖୋଲିବା ନେଇ ବିଚାର କରିବାକୁ ଚିଠି

ଭୁବନେଶ୍ୱର: ରାଜ୍ୟରେ ବଟଲିଂ ପ୍ଲାଣ୍ଟ ଓ ବିୟର ଫ୍ୟାକ୍ଟ୍ରି ଖୋଲିବାକୁ ଚିଠି । ଏ ସମ୍ପର୍କରେ ବିଚାର କରିବାକୁ ଅବକାରୀ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି ଅବକାରୀ କମିଶନର । ଲକଡାଉନ ନିୟମ କୋହଳ ପରେ ଗ୍ରୀନ୍ ଜୋନ୍‌ରେ ମଦ ଦୋକାନ ଗୁଡିକ ଖୋଲିବ । ମଦ ଦୋକାନ ଆଉ ଗୋଦାମରେ ଯେତିକି ଷ୍ଟକ୍ ଉପଲବ୍ଧ ଅଛି ସେସବୁ ବହୁତ ଶୀଘ୍ର ସରିଯିବ । ତେଣୁ ଦୋକାନ ଗୁଡିକର ଚାହିଦା ପାଇଁ ମଦ ତିଆରି ହେଉଥିବା ଫ୍ୟାକ୍ଟ୍ରି ଖୋଲିବାକୁ ପଡ଼ିବ ବୋଲି ଯୁକ୍ତି ବାଢ଼ିଛନ୍ତି କମିଶନର ।

ରାଜ୍ୟ ସରକାର ଅନୁମତି ଦେଲେ ଏବେଠାରୁ ଫ୍ୟାକ୍ଟ୍ରି ଖୋଲାଯାଇ ଉତ୍ପାଦନ କରାଯାଇପାରିବ । ଯଦି ଖୋଲିବା ପାଇଁ ଅନୁମତି ମିଳେ ତେବେ ସମାଜିକ ଦୂରତା ଅବଲମ୍ବନ କରି, ୫୦% କର୍ମଚାରୀ ନିୟୋଜନ ସହ ମାସ୍କ, ସାନିଟାଇଜେସନ ଇତ୍ୟାଦି କୋଭିଡ୍ ନିୟମକୁ ପାଳନ କରି ଫ୍ୟାକ୍ଟ୍ରି ଗୁଡିକ କାର୍ଯ୍ୟକରିପାରିବ । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ରାଜ୍ୟରେ ଥିବା ୧୨ ବଟଲିଂ ପ୍ଲାଣ୍ଟ, ୫ ବ୍ରିଉରିଜ୍ ଏବଂ ୨ଟି ଡିଷ୍ଟଲିରିଜ୍ ଗତ ମାର୍ଚ୍ଚ ୨୫ ତାରିଖରୁ ବନ୍ଦ ଅଛି।

Leave a Reply