ବ୍ୟାକଗ୍ରାଉଣ୍ଡ ଡ୍ୟାନସରରୁ ବଲିଉଡର ଧୋନି, ଏମିତି ଥିଲା ସୁଶାନ୍ତ ସିଂହ ରାଜପୁତଙ୍କ କ୍ୟାରିଅର

1 min read

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି । ସୁଶାନ୍ତଙ୍କ ସୁଇସାଇଡ ପରେ ଶୋକରେ ଡୁବି ରହିଛି ପୂରା ବି-ଟାଉନ୍ । ଛୋଟ ପରଦାରୁ ଅଭିନୟ ଜୀବନ ଆରମ୍ଭ କରିଥିବା ସୁଶାନ୍ତ ବଡ଼ ପରଦାରେ ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକ୍ ଫିଲ୍ମ ଏମ୍.ଏସ୍. ଧୋନି- ଦି ଅନଟୋଲ୍ଡ ଷ୍ଟୋରୀ ଖୁବ୍ ଧମାଲ କରିଥିଲା ।

ଛୋଟ ପରଦାରୁ କେମିତି ଥିଲା କ୍ୟାରିଅର ?

ଟିଭିରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ସୁଶାନ୍ତ । କିନ୍ତୁ, ଅଳ୍ପ କିଛି ଲୋକଙ୍କୁ ଜଣାଥିବ ସେ ପ୍ରଥମେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଥିଲେ । ସେ ୨୦୦୮ ମସିହାରେ ଷ୍ଟାର ପ୍ଲସରେ ପ୍ରସାରିତ ‘ଦେଶ ମେଁ ହେ ମେରା ଦିଲ୍’ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା କ୍ୟାରିୟର । ୨୦୧୦ରେ ଟିଭି ରିଏଲିଟି ସୋ ‘ଜରା ନଚକେ ଦିଖା’ରେ ସେ ନଜର ଆସିଥିଲେ । ପରେ ଟିଭି ସୋ ‘ଝଲକ ଦିଖଲା ଜା’ର ଚତୁର୍ଥ ସିଜିନରେ ନଜର ଆସିଥିଲେ ସୁଶାନ୍ତ । ଛୋଟ ପରଦାରେ ସୁଶାନ୍ତଙ୍କ ସବୁଠୁ ଚର୍ଚ୍ଚିତ ଥିଲା ଏକତା କପୁରଙ୍କ ସହ ଅଭିନୟ କରୁଥିବା ସୋ ‘ପବିତ୍ର ରିସ୍ତା’ ।

ବଡ଼ ପରଦାରେ ଯାତ୍ରା 

୨୦୧୩ ମସିହାରେ ବଡ଼ ପରଦାରେ ଏଣ୍ଟ୍ରି ମାରିଥିଲେ ସୁଶାନ୍ତ ସିଂହ ରାଜପୁତ । ‘କୋଇ ପୋ ଚେ!’ରୁ ଆରମ୍ଭ ହୋଇଥିଲେ ରୂପେଲି ପରଦାର ସଫର । ପରେ ଶୁଦ୍ଧ ଦେଶୀ ରୋମାନ୍ସ ଫିଲ୍ମରେ ସେ ନଜର ଆସିଥିଲେ । ୨୦୧୪ରେ ଆମିର ଖାନଙ୍କ ଷ୍ଟାର ଫିଲ୍ମ ପିକେର ଅନୁଷ୍କାଙ୍କ ଲଭର ଭୂମିକାରେ ଥିଲେ ସୁଶାନ୍ତ । ୨୦୧୫ରେ ରିଲିଜ୍ ହୋଇଥିବା ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସିରେ ସେ କରିଥିଲେ ଦମଦାର ଅଭିନୟ ।

୨୦୧୬ରେ ମୁକ୍ତିଲାଭ କରିଥିବା ବାୟୋପିକ ଫିଲ୍ମ ଏମ୍.ଏସ୍. ଧୋନି- ଦି ଅଲଟୋଲ୍ଡ ଷ୍ଟୋରୀରେ ବେଶୀ ଲୋକପ୍ରିୟତା ଅର୍ଜନ କରିଥିଲେ । ଭାରତୀୟ କ୍ରିକେଟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକ୍ ପାଇଁ ବେଶ୍ ପ୍ରଶଂସିତ ହୋଇଥିଲେ ସୁଶାନ୍ତ । ସେ ରାୱତା, ୱେଲକମ୍ ଟୁ ନ୍ୟୁୟର୍କ, କେଦାରନାଥ, ସୋନଚିଡ଼ିୟା, ଓ ଛିଛୋର ଫିଲ୍ମରେ ଦର୍ଶକଙ୍କ ମନ ଜିଣିଥିଲେ ।

ପୂର୍ବରୁ ରିଲିଜ୍ ହୋଇଥିବା ସୁଶାନ୍ତ ସିଂହ ରାଜପୁତଙ୍କ ଅଭୀନିତ ଫିଲ୍ମ ‘ଡ୍ରାଇବ୍’କୁ ଭଲ ରେସପନ୍ସ ମିଳିନଥିଲା । ‘ଦିଲ୍ ବେଚାରା’ ଫିଲ୍ମ ଏବେ ରିଲିଜ୍ ଅପେକ୍ଷାରେ ଅଛି । ସୁଶାନ୍ତଙ୍କ କ୍ୟାରିୟର ବେଶ୍ ଭଲ ଥିବାବେଳେ ତାଙ୍କୁ ଅନେକ ଆୱାର୍ଡ ମଧ୍ୟ ମିଳିଛି । ଇଣ୍ଡିଆନ୍ ଟେଲିଭିଜନ୍ ଏକାଡେମୀ ଆୱାର୍ଡ, ବିଗ୍ ଷ୍ଟାର ଏଣ୍ଟରଟେନମେଣ୍ଟ ଆୱାର୍ଡ, କଳାକାର ଆୱାର୍ଡ ଓ ସ୍କ୍ରିନ୍ ଆୱାର୍ଡ ତାଙ୍କୁ ମିଳିଛି ।

ସୁଶାନ୍ତଙ୍କ ଚରମ ନିଷ୍ପତ୍ତି: ସ୍ତବ୍ଧ ପ୍ରଶଂସକ ଓ ବଲିଉଡ୍ ଜଗତ

Leave a Reply