spot_img

Latest Posts

ଆଜିଠୁ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା !

ଭୁବନେଶ୍ୱର: ଆଜିଠୁ ରାଜ୍ଯରେ କମିବ ତାପମାତ୍ରା। ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହା ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିବ। ତେବେ ଆଜି କିଛି ସ୍ଥାନରେ ସ୍ଵାଭାବିକ ଠାରୁ ତାପମାତ୍ରା ଅଧିକ ରହିପାରେ। ମାତ୍ର ତାହା ପୂର୍ବାପେକ୍ଷା କମ ରହିବ।  କିନ୍ତୁ କାଲିଠାରୁ ତାପମାତ୍ରା ସ୍ଵାଭାବିକ ଓ ତାଠାରୁ କମ୍ ରହିବ। ୨୪ ଓ ୨୫ ତାରିଖରେ ସାରା ରାଜ୍ଯରେ ହାଲୁକାରୁ ମଧ୍ଯମଧରଣର ବର୍ଷା ହୋଇପାରେ।

ଗତକାଲି ୧୫ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ଏବେ ରାଜ୍ଯକୁ ସମୁଦ୍ର ମଧ୍ୟରୁ ବାୟୁ ଚଳାଚଳ ରହୁଛି। ଏହାର ପ୍ରଭାବରେ ଖରାର ପ୍ରକୋପ ହ୍ରାସ ପାଇବ। ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନପାରେ। ମେଘମୁକ୍ତ ଆକାଶ ଓ ଶୁଷ୍କ ବାୟୁ ଯୋଗୁ କିଛିଦିନ ହେଲା ତାପମାତ୍ରାରେ ଅହେତୁକ ବୃଦ୍ଧି ଘଟିଥିଲା ।

Latest Posts

Don't Miss