ବଜ୍ରାଘାତରେ ଫାଟିଗଲା ହନୁମାନ ମନ୍ଦିରର ଦଧିନଉତି, ଲୋକେ ଭୟଭୀତ

ଖୋର୍ଦ୍ଧା: ପ୍ରକୃତି ରଚୁଛି ପ୍ରକୋପ । ବଜ୍ରାଘାତରେ ଫାଟି ଯାଇଛି ପ୍ରଭୁ ହନୁମାନଙ୍କ ମନ୍ଦିରର ଦଧିନଉତି । ଆଜି ବଜ୍ରାଘାତରେ ହନୁମାନ ମନ୍ଦିରର ଦଧିନଉତି କ୍ଷତିଗ୍ରସ୍ତ ହେବା ପରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । କେହି କେହି ଏହାକୁ ଆସନ୍ନ ବିପଦ କହୁଥିବା ବେଳେ ଆଉ କେହି ଆର୍ଥିଂ ନଥିବାରୁ ଏଭଳି ହେଉଥିବା କହିଛନ୍ତି । ତେବେ, ଘଟଣା ପରେ ସମସ୍ତଙ୍କ ମନରେ ଭୟ ଭରି ରହିଛି ।

ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଦଳେଇପୁଟ ଗାଁରେ । ଆଜି ଅପରାହ୍ଣରେ ବଜ୍ରପାତ ହୋଇଥିଲା । ଏଥିରେ ଗାଁରେ ଥିବା ହନୁମାନ ମନ୍ଦିରର ଦଧିନଉତି କ୍ଷତିଗ୍ରସ୍ତ ହୋଇଛି । ମନ୍ଦିରର ଉପର ଚୂଡ଼ାରେ ଥିବା ଦଧିନଉତିଟି ବଜ୍ରପାତରେ ଉପରୁ ଭାଗରୁ ଫାଟି ଯାଇଛି । ଏହାକୁ ଲୋକେ ଅଶୁଭ ସଂକେତ ବୋଲି କହୁଛନ୍ତି ।

ତେବେ, ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ କେବେ ଏଭଳି ଘଟଣା ଘଟିନଥିଲା । ପ୍ରଥମ ଥର ପାଇଁ ଏଭଳି ହୋଇଥିବାରୁ ଲୋକଙ୍କ ମଧ୍ୟରେ ନାନା ଆଶା ଆଶଙ୍କା ପ୍ରକାଶ ପାଇଛି । ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଛନ୍ତି ।

Leave a Reply