spot_img

Latest Posts

ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁ ଆହତ ସାଙ୍ଗକୁ ଦଳାଚକଟା ସ୍ଥିତି ; ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ଭୁବନେଶ୍ୱର : ପଦାରେ ପଡିଲା ପ୍ରଶାସନର ପାରିବା ପଣିଆ। ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଠେଲାପେଲା। ଲିଙ୍ଗରାଜ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଠେଲାପେଲା ପରିସ୍ଥିତି। ଠେଲାପେଲାରେ କିଛି ଭକ୍ତ ଆହତ ହୋଇଛନ୍ତି । ମନ୍ଦିର ଦକ୍ଷିଣ ଘର ନିକଟରେ ଠେଲାପେଲା ହୋଇଥିବା ସହ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ସାଧାରଣ ଭକ୍ତ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇ ରହିଥିବାରୁ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଠେଲାପେଲାରେ କିଛି ଶିଶୁ ବି ଫସିଥିବା ସୂଚନା ମିଳିଛି। ମନ୍ଦିରରେ ଭିଆଇପି ପାସ୍ ନାମରେ ବାହାର ଲୋକଙ୍କୁ ସୁଯୋଗ ଦିଆଯାଉଥିବା ଅଭିଯୋଗ ହୋଇଛି। ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ଗୋଟିଏ ହୋଇଯାଇଥିବା ଦେଖାଯାଇଛି। ଅବ୍ୟବସ୍ଥା ଯୋଗୁ ବରିଷ୍ଠ ନାଗରିକମାନେ ବି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେପଟେ ପ୍ରଭୁଙ୍କ ଦର୍ଶନ ଲାଗି ଲିଙ୍ଗରାଜ ପୀଠରେ ପରିଲକ୍ଷିତ ହୋଇଛି ଗହଳି। ଭୋର ସମୟରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ସରିବା ପରେ ହୋଇଛି ସାହାଣମେଲା ଦର୍ଶନ। ଆରମ୍ଭରୁ ଦର୍ଶନ ପାଇଁ ମନ୍ଦିର ଭିତରେ ଠେଲାପେଲା ପରିସ୍ଥିତି ଉପୁଜିଥିଲା । ମୁଖ୍ୟ ମନ୍ଦିର ଭିତରକୁ ଭକ୍ତମାନେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ସେବାୟତ ଓ ପୋଲିସ ମଧ୍ୟରେ ଧସ୍ତା ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି।

Latest Posts

Don't Miss