ପାଶୱାନ-ପରିବାର-ପ୍ରତିବାଦ: କ୍ଷମତା ପାଇଁ ଖଣ୍ଡଯୁଦ୍ଧ

1 min read

ନନ୍ଦିଘୋଷ ବ୍ୟୁରୋ: ବିହାର ପଲିଟିକ୍ସରେ ଘଡ଼ିକେ ଛୁଟୁଛି ଘୋଡ଼ା । ଏଲଜେପିର ନିଆଁ ଏବେ କହୁଳୁ ନାହିଁ ବଂର ହୁତୁ ହୁତୁ ହୋଇ ଜଳୁଛି  ।  ବିଦ୍ରୋହ ଏବେ ବ୍ୟାପକ ହେବାରେ ଲାଗିଛି  । କକା-ପୁତୁରା କନ୍ଦଳ ଏବେ ଆଉ ଚାରି କାନ୍ଥ ଭିତରେ ନାହିଁ  । ବଂର ଚଉଦିଗ ପ୍ରଘଟକରିଛି  । ରାଜନୀତିରେ କ୍ଷମତାର ଲାଳସା କିପରି ସଂପର୍କକୁ ଚୂରମାର କରିଦିଏ ତାହାର ଆଉ ଏକ ସଜ ଉଦାହରଣ ଏବେ ପାଶୱାନ ପରିବାରରେ ଦେଖିବାକୁ ମିଳିଛି । ଦାଦା ପଶୁପତି ପାରସଙ୍କ ସପକ୍ଷରେ ୫ ଜଣ ସାସଂଦ  । ପୁତୁରାକୁ ଗାଦିରୁ ହଟାଇବାକୁ ଷଡ଼ଯନ୍ତ୍ର ରଚିଥିବାବେଳେ ଏବେ ସେଥିରେ ପଡିଛି ଯବନୀକା  ।

ବିହାର ରାଜନୀତିକୁ ବୁଝି, ବିଚାରି ନିଷ୍ପତି ନେଉଥିବା ଦିବଙ୍ଗତ କେନ୍ଦ୍ର ମନ୍ତ୍ରୀ ରାମ ବିଳାଶ ପାଶୱାନଙ୍କ ଦେହାନ୍ତ ପରେ ଏକଦମ ବଦଳି ଯାଇଛି ସମୀକରଣ  । ପାଣିପାଗକୁ ପରଖି ପାରୁ ନାହାଁନ୍ତି ଭାଇ ପଶୁପତି ଓ ପୁଅ ଚିରାଗ  ।  ସେପଟେ ଏଲଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଚିରାଗ ପାଶୱାନଙ୍କୁ ପଦବୀରୁ ହଟାଇଦେଇଛନ୍ତି ଦାଦା  । ଅନ୍ୟପଟେ ତାଙ୍କ ସ୍ଥାନରେ ସୁରଜ ଭାନ ସିଂଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି  । ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ଅଭିଯୋଗରେ ପାର୍ଟିର ପଦବୀରୁ ଚିରାଗଙ୍କୁ ହଟାଯିବା ପରେ ଚିରାଗ ଏକ ଜରୁରୀକାଳୀନ ବୈଠକ ଡ଼କାଇଛନ୍ତି  । ମିଳିଥିବା ସୂଚନା ମୁତାବକ ଚିରାଗ ପାଶୱାନ କାର୍ଯ୍ୟକାରିଣୀ ବୈଠକ ଡକାଇଥିଲେ  । ଏବଂ କାର୍ଯ୍ୟକାରୀଣାର ନିଷ୍ପତ୍ତି ମୁତାବକ ବିଦ୍ରୋହ କରିଥିବା ନେତାଙ୍କୁ ତଦଳରୁ ବହିଷ୍କାର କରିଛନ୍ତି  ।

ସେପଟେ ଏହି ବିଦ୍ରୋହ ପଦାରେ ପକାଇଛି  ପରିବାରର ଭିତିରିକଥା  । ଦଳରୁ ବିଦ୍ରୋହୀ ସାଂସଦଙ୍କୁ  ବହିଷ୍କାର କରିବା ପରେ ବିଷ ଓଗାଳିଛନ୍ତି ପୁତୁରା ଚିରାଗ  । କହିଛନ୍ତି ଯେଉଁଦିନ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀଣୀ ଭାବେ ଦଳ ମୋତେ ବାଛିଥିଲା  । ସେଦିନ ଆପଣ ଖୁସି ନଥିଲେ ବୋଲି ଜଣାପଡିଥିଲା  । ସେହିଦିନ ଠାରୁ ହିଁ ଆପଣଙ୍କର ବିଷାଦ ଭାବ ଜଣାପଡିଥିଲା  । କେବଳ ବୈଠକରେ ପ୍ରସ୍ତାବକୁ ସ୍ୱୀକାର କରି ପଳାଇଥିଲେ  । ଫଳରେ ବାବା ଅର୍ଥାତ ଚିରଗଙ୍କ ପିତା ରାମ ବିଳାଶ ପାଶୱାନଙ୍କୁ ଗଭୀର ଆଗାତ ଲାଗିଥିଲା ବୋଲି ଅଭିଯୋଗ ଆଣିଛନ୍ତି ଚିରାଗ  । ଏବଂ ସେ କହିଛନ୍ତି ଯେଉଁଦିନ ଦଳ ମୋଦେ ଦାୟିତ୍ୱ ଦେଲା, ସେହି ଦିନଠାରୁ ମୁଁ ସପଥ ନେଇଛି ପାର୍ଟି ମୋର ମାଆ  । ତାହା ପ୍ରତି ମୋର ପ୍ରଥମ କର୍ତ୍ତବ୍ୟ ସର୍ବଦା ରହିଛି ଓ ରହିଥିବ  । କିନ୍ତୁ  ପଶୁପତି ପାରସ ପାର୍ଟି ସହ ବିଶ୍ୱାସ ଘାତକ କରିଥିବା ପରୋକ୍ଷରେ କହିଛନ୍ତି ଚିରାଗ  ।

ଅନ୍ୟପଟେ ଲୋଜପା ନେତା ତିରାଗ ପାଶୱନକୁ ସାଥିରେ ମିଶାଇବା ପାଇଁ ଥୋପ ପକାଇଛନ୍ତି କଂଗ୍ରେସ ଏବଂ ଜେଡ଼ିୟୁ  । ଆରଜେଡ଼ି ବିପକ୍ଷରେ ପ୍ରାର୍ଥୀ ଦେଉଥିବା ଲୋଜପା ଜେଡିୟୁ ବିରୋଧରେ ବିଷ ଓଗାଳିଥିଲା   । ଚିରାଗଙ୍କୁ ନେବା ପାଇଁ ଆରଜେଡ଼ି ନେତା ପ୍ରୟାସ ଆରମ୍ଭ କରିଦେଇଛନ୍ତି  । ମିଳିଥିବା ସୂଚନା ମୁତାବକ କିଛି ଆରଜେଡ଼ି ନେତା ତିରାଗଙ୍କୁ ଭେଟିବା ସଦ ଦଳରେ ମିଶିବା ନେଇ ପ୍ରସ୍ତାବ ଦେଇଛନ୍ତି  । ଅର୍ଥାତ ଚିରାଗ ଏବଂ ତେଜସ୍ୱୀଙ୍କ ଦଳ ମିଳିତ ଭାବେ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଛନ୍ତି    ।  ତେଣୁ ଆଗକୁ କେଉଁ ପାଣି କୁଆଡେ ଯାଉଛି ତାହା କେବଳ ଦେଖିବା ବାକି  ।

Leave a Reply