ସୋସିଆଲ ମିଡିଆରୁ ପାଇଲେ ପ୍ରେରଣା, ଲକ୍‌ଡାଉନ୍‌ରେ ନିଜକୁ କଲେ ରୋଜଗାରକ୍ଷମ…

1 min read
Lock Down Effect, Youth Learn Bio Farming From YouTube And Get Success

ଖୋର୍ଦ୍ଧା: ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଆଗରେ ଅସମ୍ଭବ ବି ସମ୍ଭବ ହୋଇପାରେ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଖୋର୍ଦ୍ଧା ଟାଙ୍ଗୀ ବ୍ରାହ୍ମଣ ଡିହ ଗାଁର ଦୁଇ ଯୁବକ । କରୋନା ରୋଜଗାରରେ ତାଲା ପକାଇ ଦେଇଥିଲା, ହେଲେ ଉଭୟ ହାର ନ ମାନି ଚାଷ ପାଇଁ ମନ ବଳାଇଥିଲେ । ନିଜେ ଅର୍ଥ ଲଗାଇ ୟୁ-ଟ୍ୟୁବ୍‌ ମାଧ୍ୟମରେ ଜୈବିକ ଉପାୟରେ ଫଳାଇଛନ୍ତି ସୁନାର ଫସଲ ।   You tube farmer Khordha

ଗତ ୩ ରୁ ୪ ମାସ ଭିତରେ କରୋନା ମହାମାରୀ ଯୋଗୁ ବହୁ ଲୋକ ନିଜ ରୋଜଗାର ହରାଇଛନ୍ତି । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ହାରି ନଯାଇ ମନବଳ ବାନ୍ଧି ଚାଷ କାମ କରିବାକୁ ବାହାରିଥିଲେ ଦୁଇ ଯୁବକ । ଖୋର୍ଦ୍ଧା ଟାଙ୍ଗୀ ବ୍ରାହ୍ମଣ ଡିହ ଗାଁର ରଘୁନାଥ ପ୍ରଧାନ ଓ କାଶୀନାଥ ପ୍ରଧାନ ଅନେକ ନିରାଶ ଯୁବକଙ୍କ ପାଇଁ ଆଶାର କିରଣ ଦେଖାଇ ପାରିଛନ୍ତି । ଭାଗ୍ୟକୁ ଆଦରି ଘରେ ନ ବସି ଚାଷ କାର୍ଯ୍ୟ କରି ପୁଣି ରୋଜଗାରକ୍ଷମ ହୋଇପାରିଛନ୍ତି ଉଭୟ । ୟୁ-ଟ୍ୟୁବରୁ ଚାଷ ପ୍ରଣାଳୀ ଦେଖିବା ପରେ ଜୈବିକ ପଦ୍ଧତିରେ ନିଜ ଜମିରେ ଫଳାଇଛନ୍ତି ସୁନାର ଫସଲ ।

You tube farmer Khordha

ଗତ ଦୁଇ ମାସ ଧରି ଅକ୍ଳାନ୍ତ ପରିଶ୍ରମ କରି ଭେଣ୍ଡି, ବାଇଗଣ ଆଦି ପରିବା ଚାଷ କରିଛନ୍ତି । ବିନା କୀଟନାଶକ ପ୍ରୟୋଗ କରିବା ସହିତ ଅଳ୍ପ ଜଳରେ ଚାଷ କରିଛନ୍ତି ଉଭୟ । ଜୈବିକ ଉପାୟରେ ଚାଷ କରିଥିବା ଏହି ଯୁବ ଚାଷୀଙ୍କ ଚାଷ ପ୍ରତି ଆଗ୍ରହ ଦେଖି ଜିଲ୍ଲା କୃଷି ବିଭାଗ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି କୃଷି ଅଧିକାରୀ ।

You tube farmer Khordha

ବର୍ତ୍ତମାନର ଯୁବପିଢ଼ି ଚାଷ ପ୍ରତି ମୁହଁ ଫେରାଇ ଦେଉଥିବା ବେଳେ ଏହି ଯୁବକଙ୍କ କୃଷି ପ୍ରତି ଆଗ୍ରହ ତଥା ଆଧୁନିକ ପ୍ରଣାଳୀ ଚାଷ ବହୁ ଯୁବକଙ୍କୁ ପ୍ରେରଣା ଯୋଗାଇବ ।

Leave a Reply