ମେ’ ୩୧ ଯାଏ ଲକଡାଉନ୍ ବଢ଼ାଇଲେ ମହାରାଷ୍ଟ୍ର ସରକାର

1 min read
Lockdown has been extended in Maharashtra till May 31

ମୁମ୍ବାଇ: ଲକଡାଉନ୍ ସତ୍ତ୍ୱେ ସଂକ୍ରମଣରେ ଲାଗୁନି ବ୍ରେକ୍ । ପୁଣି ଲକଡାଉନ୍ ବଢ଼ାଇଲେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରରେ ଲକଡାଉନ୍ ଅବଧିକୁ ପୁଣି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମେ ୩୧ ଯାଏ ମହରାଷ୍ଟ୍ରରେ ଲକଡାଉନ୍ ବଳବତ୍ତର ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ ।

ଅନ୍ୟପଟେ ମହାରାଷ୍ଟ୍ରରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇ ପାରିନାହିଁ । ସେଥିରେ ଏବେ ରୋକ୍ ଲଗାଇ ଦିଆଯାଇଛି । ମେ ୨୦ ସୁଦ୍ଧା ସେରମ୍ କୋଭିସିଲ୍ଡ ଭ୍ୟାକ୍ସିନ୍ ଯୋଗାଇ ବୋଲି ଜଣାଇଛି । ଟିକା ମିଳିବା ପରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଲାଗି ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୪୬ ହଜାର ୭୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୧୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ୮୫ ହଜାର ୮୦୫ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି । ମହାରାଷ୍ଟ୍ରରେ ଏଯାବତ୍ ୫୨ ଲକ୍ଷ ୨୬ ହଜାର ୭୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୬ ଲକ୍ଷ ୧୯୬ ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୫ ଲକ୍ଷ ୪୬ ହଜାର ୧୨୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

Leave a Reply