୧୪ଦିନ ଯାଏଁ ତାମିଲନାଡୁରେ ଲକ୍‌ଡାଉନ

ତାମିଲନାଡୁରେ ଲାଗୁ ହେଲା ଲକ୍‌ଡାଉନ୍ । ୧୪ଦିନ ଯାଏଁ ତାମିଲନାଡୁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି । କରୋନା ସଂକ୍ରମଣକୁ ନଜରରେ ରଖି ଏହିଭଳି ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । କରୋନା ଭାଇରସର ଦିତ୍ୱୀୟ ଲହରକୁ ଲକ୍ଷ୍ୟ କରି ଏହିଭଳି ପଦକ୍ଷେପ ନେଇଛନ୍ତି ତାମିଲନାଡୁ ସରକାର । ମେ ୧୦ ତାରିଖ ଭୋର ୪ଟାରୁ ମେ ୨୪ ତାରିଖ ଭୋର ୪ଟା ପର୍ଯ୍ୟନ୍ତ ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକଡାଉନ୍‌’ ବଳବତ୍ତର ରହିବ। ଶୁକ୍ରବାର ଦିନ ଜିଲ୍ଲାପାଳମାନଙ୍କ ସହ ତାଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରୁ ମିଳିଥିବା ତଥ୍ୟ ଓ ମତାମତ ଆଧାରରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଡାକ୍ତରୀ ବିଶେଷଜ୍ଞଙ୍କମାନେ ମଧ୍ୟ ଏଥିପାଇଁ ପରାମର୍ଶ ଦେଇଥିଲେ।ଲକଡାଉନ୍ ସମୟରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକ ହଇରାଣ ନ ହୁଅନ୍ତି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ତେଜରାତି, ପନିପରିବା, ଫଳ, ମାଛ, ମାଂସ ଆଦି ଦୋକାନ ଖୋଲା ରହିବ। ସ୍ବାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ  ଆଦି ସ୍ବାଭାବିକ ଭାବେ ଚାଲୁ ରହିବ।

Leave a Reply