ଦିଲ୍ଲୀରେ ୧୭ ମେ’ ଯାଏ ବଢିଲା ଲକଡାଉନ, ବାତିଲ ରହିବ ମେଟ୍ରୋ ସେବା

ନୂଆଦିଲ୍ଲୀ: ଦିଲ୍ଲୀରେ ବଢିଲା ଲକଡାଉନ ଅବଧି । ୧୭ ମେ’ ଯାଏ ବଢିଲା ଦିଲ୍ଲୀରେ ଲକଡାଉନ । ଏହି ସମୟରେ ମେଟ୍ରୋ ସେବା ବାତିଲ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି । ଦିଲ୍ଲୀରେ ୨ ରୁ ୩ଦିନ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫ ପ୍ରତିଶତରୁ ୨୩ ପ୍ରତିଶତକୁ କମିଛି । ସଂକ୍ରମଣ ଆହୁରି କମାଇବାକୁ ମୁଖ୍ୟମନ୍ତ୍ରୀ ଲକଡାଉନ ଅବଧି ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ୧୪ଦିନ ଲକଡାଉନ ଘୋଷଣା କରିଥିଲା ଦିଲ୍ଲୀ ।

ଦେଶରେ ବଢୁଛି କରୋନା ସଂକ୍ରମଣ । ଦିନକରେ ୪ଲକ୍ଷ ୩ହଜାର ୭୩୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ହଜାର ୯୨ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର କରୋନା । ୨୪ ଘଣ୍ଟାରେ ୩ଲକ୍ଷ ୮୬ହଜାର ୪୪୪ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୨୨ଲକ୍ଷ ୯୬ହଜାର ୪୧୪ ଥିବାବେଳେ ସୁସ୍ଥ ହୋଇଛନ୍ତି କୋଟିଏ ୮୩ଲକ୍ଷ ୧୭ହଜାର ୪୦୪ । ମୃତ୍ୟୁସଂଖ୍ୟା ୨ଲକ୍ଷ ୪୨ହଜାର ୩୬୨ ଥିବା ବେଲେ ଆକ୍ଟିଭ କେସ୍ ୩୭ଲକ୍ଷ ୩୬ହଜାର ୬୪୮ ରହିଛି ।

Leave a Reply