ମହାରାଷ୍ଟ୍ରରେ ଲାଗୁ ହୋଇପାରେ ଲକ୍‌ଡାଉନ୍: ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ମୁମ୍ୱାଇ: ମହାରାଷ୍ଟ୍ରରେ ଆଜିଠୁ ଲକଡାଉନ ନେଇ ହୋଇପାରେ ଘୋଷଣା । ଏନେଇ ଆଜି ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ  । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୫ ହଜାର ୪୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଲାଗୁ ହୋଇଛି ସପ୍ତାହାନ୍ତ ଲକ୍‌ଡାଉନ । ସୋମବାର ସକାଳ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ମୁମ୍ବାଇ, ନାଗପୁର, ପୁନେ, ନାସିକ, ଥାନେ ଆଦି ସହରରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେହିପରି ମୁମ୍ବାଇରେ ରେଲ ପ୍ଲାଟଫର୍ମ ଟିକେଟ ବିକ୍ରି ଉପରେ ରୋକ ଲଗାଇଛନ୍ତି ସରକାର । ତେବେ ସମ୍ପୂର୍ଣ୍ଣ ମହାରାଷ୍ଟ୍ର ଲକଡାଉନ୍ ହେବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟବାସୀ  । ସେପଟେ ଦିଲ୍ଲୀରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିଛି  । ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରହିଛି ଦିଲ୍ଲୀର ସବୁ ସ୍କୁଲ । କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର  ।  ମଧ୍ୟପ୍ରଦେଶର ସବୁ ସହରରେ ଆରମ୍ଭ ହେଉଛି ସପ୍ତାହାନ୍ତ ଲକ୍‌ଡାଉନ୍ । ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ମିଳିବ । ଛତିଶଗଡ଼ ରାୟପୁରକୁ ସମ୍ପୂର୍ଣ୍ଣ ଲକଡାଉନ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: କୁଆଡେ ଗଲା ହାଇଦର ? ଡିସିପି ଅଫିସରେ ସିପିଙ୍କ ମିଟିଂ

Leave a Reply